ମଦନପୁର କପ୍‌ ସେମିରେ ଜୟଦୁର୍ଗା

ଭୁବନେଶ୍ୱର: ନବଜ୍ୟୋତି କ୍ଲବ୍‌ ଆନୁକୂଲ୍ୟରେ ମଦନପୁର ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଚାଲିଥିବା ଷଷ୍ଠ ମଦନପୁର କପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାର ସୋବବାର ସେମିଫାଇନାଲ୍‌ ମ୍ୟାଚ୍‌ରେ ଖୋର୍ଧାର ଜୟଦୁର୍ଗା କ୍ଲବ୍‌ ଏକପାଖିଆ ବିଜୟ ହାସଲ କରିଛି। ଦେବାଶିଷ ନାୟକ (୧୧ ମିନିଟ୍‌) ଓ ମନୋରଞ୍ଜନ ଦାସ (୨୪ ମିନିଟ୍‌)ଙ୍କ ଗୋଟିଏ ଲେଖାଏଁ ଗୋଲ୍‌ ବଳରେ ଜୟଦୁର୍ଗା ୨-୦ରେ ବଜରଙ୍ଗବାଲୀ ଫୁଟ୍‌ବଲ ସଂଘକୁ ପରାସ୍ତ କରି ଫାଇନାଲ୍‌ ପ୍ରବେଶ କରିଛି। ମନୋରଞ୍ଜନ ଦାସ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଖୋର୍ଧା ଜିଲ୍ଲା ସଂଘ ସଂପାଦକ ଉପେନ୍ଦ୍ର ନାଥ ଦାସ ଅତିଥି ଭାବେ ଯୋଗ ଦେଇଥିଲେ। ଶିବଶଙ୍କର ପଣ୍ଡା, ମନୋରଞ୍ଜନ ଖୁଣ୍ଟିଆ ଓ ଶ୍ରୀକୃଷ୍ଣ ପଟ୍ଟନାୟକ ମ୍ୟାଚ୍‌ ପରିଚାଳନା କରିଥିଲେ। ମଙ୍ଗଳବାର ଦ୍ୱିତୀୟ ସେମିଫାଇନାଲ୍‌ରେ ଗୋଲ୍‌ଡେନ୍‌ କ୍ଲବ୍‌ (ଜଟଣୀ) ଓ କଳିଙ୍ଗ ସ୍ପୋର୍ଟିଂ (ଭୁବନେଶ୍ୱର) ମୁହାଁମୁହିଁ ହେବେ।

ସମ୍ବନ୍ଧିତ ଖବର