ଭିଏତ୍‌ନାମ ଓପନ୍‌ ଫାଇନାଲ୍‌ରେ ଜୟରାମ

ହୋ ଚି ମିନ୍‌ ସିଟି: ଭାରତୀୟ ତାରକା ଅଜୟ ଜୟରାମ ଚଳିତ ୭୫୦୦୦ ଡଲାର ପୁରସ୍କାର ରାଶି ବିଶିଷ୍ଟ ଭିଏତନାମ ଓପନ୍‌ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାର ପୁରୁଷ ଏକକ ଫାଇନାଲ୍‌ରେ ପହଞ୍ଚିଯାଇଛନ୍ତି। ଅନ୍ୟତମ ଭାରତୀୟ ମିଥୁନ୍‌ ମଞ୍ଜୁନାଥ ସେମିଫାଇନାଲ୍‌ ହାରି ଅଭିଯାନ ଶେଷ କରିଛନ୍ତି। ଶନିବାର ସେମିଫାଇନାଲ୍‌ରେ ଜୟରାମ ସିଧାସଳଖ ୨୧-୧୪ ଓ ୨୧-୧୯ରେ ସପ୍ତମ ମାନ୍ୟତା ଜାପାନର ୟୁ ଇଗାର୍ସିଙ୍କୁ ପରାସ୍ତ କରି ଟ୍ରଫି ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି। ଫାଇନାଲ୍‌ରେ ଜୟରାମ ଭେଟିବେ ଇଣ୍ଡୋନେସିଆର ସିସାର ହିରେନ୍‌ ରୁସ୍ତାଭିତୋଙ୍କୁ। ଶନିବାର ଅନ୍ୟ ସେମିଫାଇନାଲ୍‌ରେ ରୁସ୍ତାଭିତୋଙ୍କ ନିକଟରୁ ମିଥୁନ୍‌ ପରାସ୍ତ ହୋଇଛନ୍ତି। ସଂଘର୍ଷ କରିବା ସତ୍ତ୍ୱେ ମିଥୁନ୍‌ ୧୭-୨୧, ୨୧-୧୯ ଓ ୧୪-୨୧ରେ ରୁସ୍ତାଭିତୋଙ୍କ ନିକଟରୁ ହାରି ଯାଇଥିଲେ।

ସମ୍ବନ୍ଧିତ ଖବର