ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ଓ ଟି-୨୦ ଶୃଙ୍ଖଳା ସମେତ ଦିନିକିଆ ବିଶ୍ବକପ୍‌ ଲାଗି ଭାରତୀୟ ମହିଳା ଦଳ ଗୁରୁବାର ଘୋଷିତ ହୋଇଛି। ଏହି ଦଳରେ ଶୀର୍ଷକ୍ରମ ବ୍ୟାଟର୍‌ ଜେମିମା ରଦ୍ରିଗୁଏଜ ଓ ଦ୍ରୁତ ବୋଲର ଶିଖା ପାଣ୍ଡେଙ୍କୁ ସ୍ଥାନ ମିଳିନି। ତେବେ କେନ୍ଦ୍ରୀୟ ଚୁକ୍ତି ତାଲିକାରୁ ବାଦ୍‌ ପଡ଼ିଥିବା ଏକ୍‌ତା ବି‌ସ୍ତ ଷ୍ଟାଣ୍ଡ ବାଇ ଖେଳାଳି ଭାବେ ସାବ୍‌ଭିନେନି ମେଘନା ଓ ସିମ୍ରନ ଦିଲ୍‌ ବାହାଦୂରଙ୍କ ସହ ରହିଛନ୍ତି। ନ୍ୟୁଜିଲାଣ୍ଡ ଗସ୍ତରେ ଭାରତ ୬ ମ୍ୟାଚ୍‌ ବିଶିଷ୍ଟ ସୀମିତ ଓଭର ଶୃଙ୍ଖଳା ଖେଳିବ। ଏଥିରେ ଏକମାତ୍ର ଟି-୨୦ ସାମିଲ ଥିଲା ବେଳେ ୫ ଦିନିକିଆ ରହିଛି। ଫେବ୍ରୁଆରି ୯ରେ ଟି-୨୦ ମ୍ୟାଚ୍‌ ଖେଳିବା ପରେ ଫେବ୍ରୁଆରି ୧୧ରୁ ୨୪ ମଧ୍ୟରେ ଦିନିକିଆ ଶୃଙ୍ଖଳା ଖେଳିବ।
ଏହାପରେ ମାର୍ଚ୍ଚ ୬ ତାରିଖରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ଖେଳି ଦିନିକିଆ ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିବ। ଦିନିକିଆ ଓ ବିଶ୍ବକପ୍‌ରେ ଭାରତ ମିତାଲି ରାଜଙ୍କ ନେତୃତ୍ବରେ ଖେଳିବାକୁ ଥିଲା ବେଳେ ଟି-୨୦ରେ ହର୍ମନପ୍ରୀତ କୌର ଅଧିନାୟିକା ରହିବେ।

Advertisment

publive-image

ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ଓ ବିଶ୍ବକପ୍‌ ଦଳ: ମିତାଲି ରାଜ (ଅଧିନାୟିକା), ହର୍ମନପ୍ରୀତ କୌର (ଉପଅଧିନାୟିକା), ସ୍ମୃତି ମନ୍ଧାନା, ଶେଫାଳି ବର୍ମା, ୟାସ୍ତିକା ଭାଟିଆ, ଦୀପ୍ତି ଶର୍ମା, ରିଚା ଘୋଷ (ୱିକେଟ୍‌ରକ୍ଷକ), ସ୍ନେହ ରାଣା, ଝୁଲଣ ଗୋସ୍ବାମୀ, ପୂଜା ବସ୍ତ୍ରକାର, ମେଘନା ସିଂହ, ରେଣୁକା ସିଂହ ଠାକୁର, ତାନିୟା ଭାଟିଆ (ୱିକେଟ୍‌ରକ୍ଷକ), ରାଜେଶ୍ବରୀ ଗାଏକ୍ବାଡ, ପୂନମ ଯାଦବ।

ନ୍ୟୁଜିଲଣ୍ଡ ବିପକ୍ଷ ଟି-୨୦ ଦଳ: ହର୍ମନପ୍ରୀତ କୌର (ଅଧିନାୟିକା), ସ୍ମୃତି ମନ୍ଧାନା (ଉପଅଧିନାୟିକା), ଶେଫାଳି ବର୍ମା, ୟାସ୍ତିକା ଭାଟିଆ, ଦୀପ୍ତି ଶର୍ମା, ରିଚା ଘୋଷ (ୱିକେଟ୍‌ରକ୍ଷକ), ସ୍ନେହ ରାଣା, ପୂଜା ବସ୍ତ୍ରକାର, ମେଘନା ସିଂହ, ରେଣୁକା ସିଂହ ଠାକୁର, ତାନିୟା ଭାଟିଆ (ୱିକେଟ୍‌ରକ୍ଷକ), ରାଜେଶ୍ବରୀ ଗାଏକ୍ବାଡ, ପୂନମ ଯାଦବ, ଏକତା ବିସ୍ତ, ଏସ୍‌ ମେଘନା, ସିମ୍ରନ ଦିଲ ବାହାଦୂର।