ରୋଜାରିଓ: ଆର୍ଜେଣ୍ଟିନାର ରୋଜାରିଓଠାରେ ଆୟୋଜିତ ବିଶ୍ୱ ଯୁବ ତୀରନ୍ଦାଜୀରେ ଭାରତର ମିଶ୍ରିତ ଯୁଗଳ ଯୋଡ଼ି ଜେମସନ୍ ନିଙ୍ଗଥୋଉଜାମ ଏବଂ ଅଙ୍କିତା ଭକତ ଦଳଗତ ରିକର୍ଭରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ୨୦୦୯ ଏବଂ ୨୦୧୧ରେ ଦୀପିିକା କୁମାରୀଙ୍କ ପରେ ଏହି ପ୍ରତିଯୋଗିତାରେ ଭାରତର ଏହା ପ୍ରଥମ ସ୍ୱର୍ଣ୍ଣ ପଦକ । ଏହା ପୂର୍ବରୁ ଭାରତ ଗୋଟିଏ ଲେଖାଏଁ ରୌପ୍ୟ ଏବଂ କାଂସ୍ୟ ପଦକ ଜିତି ନେଇଥିଲା। ନବମ ମାନ୍ୟତା ଖେଳାଳି ଜେମସନ- ଅଙ୍କିତା ବଡ଼ ବିପର୍ଯ୍ୟୟ ସହ କୋରିଆର ଶୀର୍ଷ ମାନ୍ୟତା ଯୋଡ଼ିଙ୍କୁ ହରାଇ ଫାଇନାଲ୍ ଯାଇଥିଲେ। ସେଠାରେ ରୁଷିଆ ଦଳକୁ ୬-୨ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ।
ଜେମସନ୍-ଅଙ୍କିତା ଜିତିଲେ ସ୍ୱର୍ଣ୍ଣ
ବିଶ୍ୱ ଯୁବ ତୀରନ୍ଦାଜୀ
/sambad/media/post_attachments/wp-content/uploads/2017/10/Deepika-Kumar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)