ଇଂଲଣ୍ଡ ଟେଷ୍ଟ୍‍ ଦଳକୁ ଫେରିଲେ ଜେନିଙ୍ଗ୍ସ

ଲର୍ଡସ୍‌: ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟ୍‍କୁ ୯ ଓ୍ଵିକେଟ୍‌ରେ ହାରିବା ପରେ ଇଂଲଣ୍ଡ ପରବର୍ତୀ ଟେଷ୍ଟ୍‍ ପାଇଁ କିଟନ୍‌ ଜେନିଙ୍ଗ୍ସଙ୍କୁ ଦଳରେ ନେଇଛି। ଏଥିସହ ଲର୍ଡସ୍‌ ଟେଷ୍ଟରେ ଖରାପ ପ୍ରଦର୍ଶନ ପାଇଁ ହେଡିଙ୍ଗ୍‌ଲେରେ ହେବାକୁଥିବା ଦ୍ୱିତୀୟ ଟେଷ୍ଟ୍‍ରୁ ମାର୍କ ଷ୍ଟୋନ୍‌ମ୍ୟାନ୍‌କୁ ବାଦ୍‌ ଦିଆଯାଇଛି। ଭାରତ ବିପକ୍ଷ ମୁମ୍ବାଇ ଟେଷ୍ଟ୍‍ରେ ୨୫ ବର୍ଷୀୟ ଜେନିଙ୍ଗ୍ସ ଟେଷ୍ଟ୍‍ ପଦାର୍ପଣ କରି ଶତକ ଅର୍ଜନ କରିଥିଲେ। ଚଳିତ କାଉଣ୍ଟି ଋତୁରେ ସେ ମଧ୍ୟ ନିକଟରେ ୨ ଶତକ ହାସଲ କରି ଚୟନକର୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ସମ୍ବନ୍ଧିତ ଖବର