ଜେରି‌କୋ ପ୍ରଥମ ଏଇଡବ୍ଲ୍ୟୁ ବିଶ୍ବ ବିଜେତା

ନ୍ୟୁୟର୍କ: ଡବ୍ଲ୍ୟୁଡବ୍ଲ୍ୟୁଇର କିମ୍ବଦନ୍ତୀ କୁସ୍ତିଯୋଦ୍ଧା କ୍ରିସ୍ ଜେରିକୋ ନିଜ ୨୯ ବର୍ଷର କ୍ରୀଡ଼ା ଜୀବନରେ ସଫଳତାର ଆଉ ଏକ ଫର୍ଦ ଯୋଡ଼ିଛନ୍ତି। ଆଡାମ ପେଗଙ୍କୁ ପରାସ୍ତ କରି ସେ ପ୍ରଥମ ବିଶ୍ବ ଅଲ୍ ଏଲିଟ୍ କୁସ୍ତି ( ଏଇଡବ୍ଲ୍ୟୁ) ଟ୍ରଫି ଜିତି ନେଇଛନ୍ତି। ସିକାଗୋଠାରେ ଅନୁଷ୍ଠିତ ଫାଇନାଲ୍ ଲଢ଼େଇରେ ୪୮ ବର୍ଷୀୟ ଜେରିକୋ ଏକ ଶକ୍ତିଶାଳୀ ମୁଥରେ ୨୮ ବର୍ଷୀୟ ପେଗଙ୍କୁ ଧରାଶାୟୀ କରି ଏହି ସଫଳତା ଲାଭ କରିଥିଲେ।

ସମ୍ବନ୍ଧିତ ଖବର