ଜିଏଫ୍‌ଜି ସୁପର ସଟ୍‌ ଲିଗ୍‌ ଆରମ୍ଭ

ଭୁବନେଶ୍ବର: ଜିଏଫ୍‌ଜି (ଗନ୍‌ ଫର୍‌ ଗ୍ଲୋରି) ଓଡ଼ିଶା ସୁପର ସଟ୍‌ ଲିଗ୍‌ ଆଜିଠାରୁ ଆରମ୍ଭ ହୋଇଛି। ଏହା ମେ’ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଜିଏଫ୍‌ଜି ଏକାଡେମି (ଭୁବନେଶ୍ବର) ଏବଂ ଓଡ଼ିଶା ରାଇଫଲ୍‌ ସଂଘର ମିଳିତ ସହଯୋଗରେ ପ୍ରଥମ ଥର ଲାଗି ଓଡ଼ିଶାରେ ଆୟୋଜିତ ଏହି ଲିଗ୍‌ ଏକାଡେମି ପରିସରରେ ଚାଲିଛି। ଏଥିରେ ୪ ଦଳ (ବ୍ଲାକ୍‌ ବୁଲ୍‌ ଚ୍ୟାଲେଞ୍ଜର୍ସ, ଗନ୍‌ ରାଇଡର୍ସ, ରାଇଜିଂ ବୁଲ୍‌ସ ଆଇ, ଗୋଲ୍‌ଡେନ୍‌ ୱାରିଅର୍ସ) ଭାଗ ନେଇଛନ୍ତି। ଓଡ଼ିଶା ରାଇଫଲ୍‌ ସଂଘ ମହାସଚିବ ଡ. ହରିପ୍ରସାଦ ପଟ୍ଟନାୟକ ଓ ସହଯୋଗୀ ସଂପାଦିକା ଗୌରୀ ମହାନ୍ତିଙ୍କ ପରାମର୍ଶକ୍ରମେ ଜିଏଫ୍‌ଜି ନିର୍ଦେଶିକା ରେଣୁ ଚୌଧୁରୀ ଦଳ ଓ ଖେଳାଳିଙ୍କ ନାମ ଘୋଷଣା କରିଛନ୍ତି। ପ୍ରତ୍ୟେକ ଦଳ ୪ ଲେଖାଏଁ ମ୍ୟାଚ୍‌ ଖେଳିବାକୁ ଥିଲା ବେଳେ ଶ୍ରେଷ୍ଠ ୨ ଦଳ ମଧ୍ୟରେ ଫାଇନାଲ୍‌ ଖେଳାଯିବ। ଅର୍ଧେନ୍ଦୁ ପାଢୀ, ସ୍ମୃତିସୌରଭ ବେହେରା, ହର୍‌ସିନ୍‌ କୌର ଓ ଦିଲୀପ କୁମାର ପାଢୀ ୪ଟିଯାକ ଦଳର ନେତୃତ୍ବ ‌ନେଉଛନ୍ତି। ଓଡ଼ିଶାରେ ବନ୍ଧୁକଚାଳନା କ୍ରୀଡ଼ାର ପ୍ରସାର ଉଦେଶ୍ୟରେ ଏହି ପ୍ରତିଯୋଗିତା ଆୟୋଜିତ ହେଉଛି। ଆଶିଷ ନା‌ୟକ ଓ ପୁରୁଷୋତ୍ତମ ପାଙ୍ଗା ଏହାକୁ ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର