ଝାଡ଼ଖଣ୍ଡକୁ ୧-୦ରେ ହରାଇଲା ହାଇଦ୍ରାବାଦ

ସର୍ବଭାରତୀୟ ଡିଏସ୍‌୍‌ କପ୍‌୍‌ ଫୁଟ୍‌ବଲ୍‌ ଉଦ୍‌ଘାଟିତ

ବୌଦ୍ଧ: ବୌଦ୍ଧ ଜିଲ୍ଲା ବାଉଁଶୁଣି ଖେଳପଡ଼ିଆରେ ଜିଲ୍ଲା ଫୁଟବଲ୍‌୍‌ ସଂଘ ଦ୍ୱାରା ଆୟୋଜିତ ତ୍ରୟୋଦଶ ସର୍ବଭାରତୀୟ ଡିଏସ୍‌୍‌ କପ୍‌୍‌ ଫୁଟବଲ୍‌୍‌ ପ୍ରତିଯୋଗିତା ବୁଧବାରଠୁ ଆରମ୍ଭ ହୋଇଛି। ଉଦ୍‌ଘାଟନୀ ମ୍ୟାଚ୍‌ରେ ଆର୍ଟିଲେରୀ ସେଣ୍ଟର ହାଇଦ୍ରାବାଦ ୧-୦ ଗୋଲ୍‌ରେ ଧାନବାଦ ଫୁଟ୍‌ବଲ ଏକାଡେମି ଝାଡ଼ଖଣ୍ଡକୁ ପରାସ୍ତ କରିଛି। ଏହି ସଂଘର୍ଷପୂର୍ଣ୍ଣ ବିଜୟ ସହ ହାଇଦ୍ରାବାଦ ଦଳ ମଧ୍ୟ ପ୍ରଥମ ଦଳ ଭାବେ ସେମିଫାଇନାଲକୁ ଉନ୍ନୀତ ହୋଇଛି। ଏହି ମ୍ୟାଚ୍‌କୁ ରାଜୁ ପଟ୍ଟନାୟକ, ପ୍ରଶାନ୍ତ ପାଲ, ଜ୍ୟୋତି ସ୍ୱାଇଁ, ତରୁଣ ପ୍ରଧାନ ପରିଚାଳନା କରିଥିଲେ। ସମାଜସେବୀ ଇଂ. ରାକେଶ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ। ବାଉଁଶୁଣି ପଞ୍ଚାୟତର ସରପଞ୍ଚ ପଙ୍କଜିନୀ ନାୟକ, ରବି ଖଟୁଆ, ଗଣ୍ଡେଶ୍ୱର ତ୍ରିପାଠୀ, ବାଉଁଶୁଣି ହାଇସ୍କୁଲର ପ୍ରଧାନ ଶିକ୍ଷକ ଧନେଶ୍ୱର ମଣ୍ଡଳ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲା ଫୁଟ୍‌୍‌ବଲ୍‌ ସଂଘର ସଭାପତି ଲମ୍ବୋଦର ପୁରୋହିତ,  ସଂପାଦକ ଯୁଗୋଳ କିଶୋର ସାମଲ, ଉପସଭାପତି ସତ୍ୟପ୍ରକାଶ ଦାସ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର