ଦୁବାଇ: ଭାରତୀୟ ଭେଟେରାନ ‌ଦ୍ରୁତ ବୋଲର ଝୁଲଣ ଗୋସ୍ବାମୀ ଏବଂ ବାମହାତୀ ପ୍ରାରମ୍ଭିକ ବ୍ୟା‌ଟର୍‌ ସ୍ମୃତି ମାନ୍ଧାନା ସୋମବାର ପ୍ରକାଶିତ ଆଇସିସି ମହିଳା ଦିନିକିଆ ମାନ୍ୟତାରେ ‌ଶୀର୍ଷ ସ୍ଥାନ ଦଖଲ କରିଛନ୍ତି। ସ୍ମୃତି ଜୀବନର ସର୍ବାଧିକ ପଏଣ୍ଟ୍‌ ୭୯୭ ସହ ଏବଂ ୨୦୧୭ପରେ ୩୬ ବର୍ଷୀୟା ଝୁଲଣ ପ୍ରଥମ ଥର ଏହି ସ୍ଥାନ ପଇଥିଲେ। ଫଳରେ ମିତାଲି ରାଜ ଓ ଝୁଲଣ (୨୦୧୨)ଙ୍କ ପରେ ଭାରତୀୟ ଖେଳାଳି ଭାବେ ସ୍ମୃତି ଓ ଝୁଲଣ ବ୍ୟାଟିଂ ଓ ‌େବ‌ାଲିଂରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ୨୦୨୧ ବିଶ୍ବକପ୍‌ ଯୋଗ୍ୟତା ଲାଗି ଚାଲିଥିବା ୮ ଦଳୀୟ ଚାମ୍ପିଆନ୍‌ସିପ୍‌ରେ ଇଂଲଣ୍ଡ ବିପକ୍ଷ ୩ ଟିକିଆ ମ୍ୟାଚ୍‌ରେ ଝୁଲଣ ୮ ୱିକେଟ୍‌ ନେଇ ଦଳକୁ ୨-୧ରେ ବି‌ଜୟ ଭେଟି ଦେଇଥିଲେ। ଏହି ବିଜୟ ଫଳରେ ଭାରତ ପଏଣ୍ଟ୍‌ ତାଲିକାର ଦ୍ବିତୀୟରେ ପହଞ୍ଚି ବିଶ୍ବକପ୍‌ ଯୋଗ୍ୟତାର ନିକଟତର ହୋଇଛି। ଏହି ଚାମ୍ପିଅନ୍‌ସିପ୍‌ର ଶ୍ରେଷ୍ଠ ୪ ଦଳ ସିଧାସଳଖ ବିଶ୍ବକପ୍‌କୁ ଯୋଗ୍ୟତା ଅର୍ଜନ କରିବେ। ଭାରତ (୧୬) ପଛକୁ ନ୍ୟୁଜିଲାଣ୍ଡ (୧୫) ତୃତୀୟ‌ରେ ରହିଥିଲା ବେଳେ ଅଷ୍ଟ୍ରେଲିଆ (୨୨) ଶୀର୍ଷ‌ରେ ରହିଛି।
ଅନ୍ୟମାନଙ୍କ ମଧ୍ୟରେ ‌ଝୁଲଣଙ୍କ ସାଥୀ ବୋଲର ଶିଖା ପାଣ୍ଡେ ୧୨ ସ୍ଥାନ ଲମ୍ଫ ଦେଇ ପଞ୍ଚମରେ ରହିଛନ୍ତି। ଫଳରେ ୯ ବର୍ଷ ପରେ ଭାରତର ଦୁଇ ବୋଲର ଶୀର୍ଷ ୫ ମଧ୍ୟରେ ସ୍ଥାନ ପାଇଛନ୍ତି। ୨୦୧୦ରେ ଝୁଲଣ ଓ ରୁମେଲି ଧର ଶୀର୍ଷ ୫ ମଧ୍ୟରେ ରହିଥିଲେ।

Advertisment

ଟ୍ବେଣ୍ଟି-୨୦: ଇଂଲଣ୍ଡଠୁ ହାରିଲା ଭାରତpublive-image

ଗୌହାଟୀ,: ଭାରତ ଗସ୍ତରେ ଥିବା ଇଂଲଣ୍ଡ ମହିଳା କ୍ରି‌କେଟ୍ ଦଳ ‌୩ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଗୌହାଟୀର ବର୍ଷାପାରା କ୍ରିକେଟ୍‌ ଷ୍ଟାଡିୟମରେ ଖେଳାଯାଇଥିବା ଭାରତ ବିପକ୍ଷ ପ୍ରଥମ ଟ୍ବେଣ୍ଟି-୨୦କୁ ଏହି ଦଳ ୪୧ ରନ୍‌ ଜିତି ନେଇଛି। ସୋମବାର ଇଂଲଣ୍ଡ ନିର୍ଧାରିତ ୨୦ ଓଭରରେ ୪ ୱିକେଟ୍‌ ବିନିମୟରେ ୧୬୦ ରନ୍‌ କରିଥିଲା। ତାମି ବିଉମୋଣ୍ଟ ୬୨ (୫୭ ବଲ୍‌), ଅଧିନାୟିକା‌ ହିଦର ନାଇଟ୍‌ ୪୦ (୨୦ ବଲ୍‌) ରନ୍‌ କରିଥିଲେ। ଭାରତ ପକ୍ଷରୁ ରାଧା ଯାଦବ ୨ ଏବଂ ଦୀପ୍ତି ଶର୍ମା ଓ ଶିଖା ପାଣ୍ଡେ ‌ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ। ଏହାର ଜବାବରେ ଭାରତ ନିଜ ପ୍ରାରମ୍ଭିକ ବ୍ୟାଟର୍‌ଙ୍କ ବିଫଳତା ଯୋଗୁଁ ୬ ୱିକେଟ୍‌ ହରାଇ ମାତ୍ର ୧୧୯ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଶେଷ ଆଡ଼କୁ ଦୀପ୍ତି ଶର୍ମା (୨୨*) ଓ ଶିଖା ପାଣ୍ଡେ (୨୩*) ଜୋରଦାର ଲଢ଼େଇ କରିଥିଲେ ମଧ୍ୟ ଘରୋଇ ଦଳକୁ ବିଜୟ ଦେବାରେ ବିଫଳ ହୋଇଥିଲେ। ଭେଦା କୃଷ୍ଣମୂର୍ତ୍ତି ୧୫ ଓ ଅରୁନ୍ଧତୀ ରେଡ୍ଡୀ ମାତ୍ର ୧୮ ରନ୍‌ର ଯୋଗଦାନ କରିଥିଲେ। ପ୍ରଥମ ଥର ଲାଗି ଦଳର ନେତୃ୍ତ୍ବ ନେଇଥିବା ସ୍ମୃତି ମାନ୍ଧାନାଙ୍କ ପଦାର୍ପଣ ନେତୃତ୍ବ ମଧ୍ୟ ଫିକା ରହିଥିଲା। ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ତାମି ବିଉମୋଣ୍ଟଙ୍କୁ ମିଳିଥିଲା। ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍‌ ଗୁରୁବାର ଖେଳାଯିବ। ସୂଚନାଯୋଗ୍ୟ ଯେ ୩ ଟିକିଆ ଦିନିକିଆ ଶୃଙ୍ଖଳାକୁ ଭାରତ ୨-୧ରେ କବ୍‌ଜା କରିଥିଲା। ପ୍ରଥମ ଦୁଇ ଦିନିକିଆକୁ ଭାରତ ଜିତିଥିଲା ବେଳେ ଶେଷ ମ୍ୟାଚ୍‌ରେ ଇଂଲଣ୍ଡ ବିଜୟ ପାଇଥିଲା। ଇଂଲଣ୍ଡ ଟ୍ବେଣ୍ଟି-୨୦ରେ ଏହାର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି।