ଝାଝରିଆଙ୍କୁ ରୌପ୍ୟ ଗୁର୍ଜର ଜିତିଲେ କାଂସ୍ୟ

ପୁରୁଷ ଏଫ୍‌-୪୬ ପୁରୁଷ ଜାଭଲିନ୍‌ରେ ଦେବେନ୍ଦ୍ର ଝାଝରିଆ ସୋମବାର ନିଜ ତୃତୀୟ ପାରାଲିମ୍ପିକ୍ସ ପଦକ ଜିତିଥିଲେ। ୨୦୦୪ ଓ ୨୦୧୬ରେ ସ୍ବର୍ଣ୍ଣ ପଦକ ଜିତିଥିବା ଝାଝରିଆ ଏଥର କିନ୍ତୁ ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଥିଲେ। ଏହି ବର୍ଗରେ ଅନ୍ୟତମ ଭାରତୀୟ ସୁନ୍ଦର ସିଂହ ଗୁର୍ଜ‌ର କାଂସ୍ୟ ପଦକ ପାଇଥିଲେ। ଝାଝରିଆ ଓ ଗୁର୍ଜର ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଥିଲା ବେଳେ ଶ୍ରୀଲଙ୍କାର ଦୀନେଶ ପ୍ରିୟାନ ହେରାଥ (୬୭.୭୯ ମିଟର) ନୂଆ ବିଶ୍ବ କୀର୍ତ୍ତିମାନ ସହ ପ୍ରଥମ ସ୍ଥାନରେ ରହି ସ୍ବର୍ଣ୍ଣ ପଦକ ଜିତି ନେଇଥିଲେ। ଝାଝରିଆ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ (୬୪.୩୫ ମିଟର) ଲାଭ କରିଥିଲେ। ଏହା ପୂର୍ବରୁ ଗୁର୍ଜର ୨୦୧୬ ରିଓ ପାରାଲିମ୍ପିକ୍ସକୁ ବି ଯାଇଥିଲେ। ତେବେ ରିପୋର୍ଟ ରୁମ୍‌ରେ ବିଳମ୍ବରେ ପହଞ୍ଚିବାରୁ ଅଯୋଗ୍ୟ ଘୋଷିତ ହୋଇ ପ୍ରତିଦ୍ବନ୍ଦ୍ବିତାରୁ ବଞ୍ଚିତ ହୋଇଥିଲେ।

ସମ୍ବନ୍ଧିତ ଖବର