ରଣଜୀ ପ୍ରି-କ୍ବାର୍ଟରରେ ଝାଡ଼ଖଣ୍ଡ ୮୮୦

କୋଲକାତା: ନାଗାଲାଣ୍ଡ୍‌ ବିପକ୍ଷ ରଣଜୀ ଟ୍ରଫି ପ୍ରି-କ୍ବାର୍ଟରଫାଇନାଲ୍‌ରେ ଝାଡ଼ଖଣ୍ଡ ବ୍ୟାଟର୍‌ ସାମାନ୍ୟତମ ଦୟା ଦେଖାଇ ନାହାନ୍ତି। ଏହି ପୂର୍ବାଞ୍ଚଳ ଦଳ ନିଜ ପ୍ରଥମ ପାଳିରେ ୮୮୦ ରନ୍‌ କରି ସମସ୍ତ ୱିକେଟ୍‌ ହାଇଛି। ପ୍ରାୟ ଅଢ଼େଇ ଦିନ ବ୍ୟାଟିଂ କରିଥିବା ଝାଡ଼ଖଣ୍ଡ ୨୦୩.୪ ଓଭରରେ ଅଲ୍‌ଆଉଟ୍ ହୋଇଥିଲା। ସବୁଠୁ ଉଲ୍ଲେଖନୀୟ କଥା ହେଲା ଶେଷ ୱିକେଟ୍‌ ଭାଗୀଦାରିରେ ସାହାବାଜ ନଦିମ୍‌ (୧୭୭) ଏବଂ ରାହୁଲ ଶୁକ୍ଳା (୮୫*) ୧୯୧ ରନ୍‌ ଯୋଡ଼ିଥିଲେ। ଏହି ବିଶାଳ ଝାଡ଼ଖଣ୍ଡ ପାଳିରେ ୱିକେଟରକ୍ଷକ କୁମାର କୁଶାଗ୍ରା (୨୬୬) ଦ୍ବିଶତକ ହାସଲ କରିଥିବା ବେଳେ ବିରାଟ ସିଂହ (୧୦୭) ମଧ୍ୟ ତିନି ଅଙ୍କ ଛୁଇଁଥିଲେ। ତୃତୀୟ ଦିନ ଶେଷ ସୁଦ୍ଧା ପ୍ଲେଟ୍ ଟପର୍‌ ନାଗାଲାଣ୍ଡ୍‌ ୪ ୱିକେଟରେ ୧୩୦ ରନ୍‌ କରିଛି। ଝାଡ଼ଖଣ୍ଡର ୮୮୦ ରନ୍‌ ରଣଜୀ ଟ୍ରଫି ଇତିହାସରେ ଚତୁର୍ଥ ସର୍ବୋଚ୍ଚ ହୋଇଥିଲେ ମଧ୍ୟ ଏକବିଂଶ ଶତାବ୍ଦୀରେ ସର୍ବୋଚ୍ଚ। ହାଇଦ୍ରାବାଦର ୯୪୪/୬ (ବନାମ ଆନ୍ଧ୍ରପ୍ରଦେଶ, ୧୯୯୩-୯୪), ହୋଲକର୍‌ର ୯୧୨/୮ (ବନାମ ମହୀଶୂର, ୧୯୪୫-୪୬) ଏବଂ ତାମିଲନାଡୁର ୯୧୨/୬ (ବନାମ ଗୋଆ, ୧୯୮୮-୮୯) ଶୀର୍ଷ ୩ ସ୍ଥାନରେ ରହିଛି।

ସମ୍ବନ୍ଧିତ ଖବର