ବ୍ରହ୍ମପୁର): ଆନ୍ଧ୍ର ପ୍ରଦେଶ ବିଶାଖାପଟନମ୍ରେ ଚାଲିଥିବା ଜାତୀୟ ଯୁବ ଏବଂ କନିଷ୍ଠ ଭାରୋତ୍ତୋଳନ ପ୍ରତିଯୋଗିତାର ଦ୍ୱିତୀୟ ଦିବସରେ ଓଡ଼ିଶା ପ୍ରତିଯୋଗୀଙ୍କ ଉନ୍ନତ ପ୍ରଦର୍ଶନ ଜାରି ରହିଛି। ଏଥି ସହ ଓଡ଼ିଶା ଦଳର ପଦକ ସଂ୍ୟା ୧୦ରେ ପହଁଚିଛି। ବାଳିକା ବିଭାଗର ୪୮ କିଲୋଗ୍ରାମ ବର୍ଗରେ ଭୁବନେଶ୍ୱର କ୍ରୀଡ଼ା ଛାତ୍ରାବାସର ଝିଲ୍ଲୀ ଦଳବେହେରା ୨ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ସହ ମୋଟ ୩ ପଦକ ହାସଲ କରିଛନ୍ତି। ସେ କ୍ଲିନ୍ ଆଣ୍ଡ ଜର୍କରେ ୮୯ କିଲୋଗ୍ରାମ ଓ ମୋଟ ୧୫୪ କିଲୋଗ୍ରାମ ଭାରୋତ୍ତୋଳନ କରି ଗୋଟିଏ ଲେଖାଏଁ ସ୍ୱର୍ଣ୍ଣ ପଦକ ଏବଂ ସ୍ନାଚ୍ରେ ୬୫ କିଲୋଗ୍ରାମ ଭାରୋତ୍ତୋଳନ କରି ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ପଦକ ହାସଲ କରିଛନ୍ତି। ଯୁବ ମହିଳା ବିଭାଗର ୪୮ କିଲୋଗ୍ରାମ ବର୍ଗରେ ମୟୂରଭଂଜର ସ୍ନେହା ସୋରେନ୍ ଖେଲୋ ଇଣ୍ଡିଆର ସଫଳତା ଦୋହାରାଇ ୩ଟି ରୌପ୍ୟ ପଦକ ହାସଲ କରିଛନ୍ତି। ସେ ସ୍ନାଚ୍ରେ ୬୨ କିଲୋଗ୍ରାମ, କ୍ଲିନ୍ ଆଣ୍ଡ ଜର୍କରେ ୭୭ କିଲୋଗ୍ରାମ ସହ ମୋଟ ୧୩୯ କିଲୋଗ୍ରାମ ଭାରୋତ୍ତୋଳନ କରି ଏହି ସଫଳତା ହାସଲ କରିଛନ୍ତି। ସେହିପରି ବାଳକ ବିଭାଗର ୬୨ କିଲୋଗ୍ରାମ ବର୍ଗରେ ଅଂଶଗ୍ରହଣ କରିଥିବା ବ୍ରହ୍ମପୁର ବୀର ହନୁମାନ କ୍ଲବର ସଚିନ୍ ରାଉତ କ୍ଲିନ୍ ଆଣ୍ଡ ଜକ୍ର୍୍ରେ ୧୩୫ କିଲୋଗ୍ରାମ ଭାରୋତ୍ତୋଳନ କରି କାଂସ୍ୟ ପଦକ ହାସଲ କରିଛନ୍ତି। ସେ ସ୍ନାଚ୍ରେ ୧୦୧ କିଲୋଗ୍ରାମ ସହ ମୋଟ ୨୩୬ କିଲୋଗ୍ରାମ ଭାରୋତ୍ତୋଳନ କରିଥିଲେ। ଗତକାଲି ସର୍ବ କନିଷ୍ଠ ବର୍ଗରେ ବ୍ରହ୍ମପୁର ଛାତ୍ରାବାସର ଘାସିରାମ ଖୋରା ୩ଟି ରୌପ୍ୟ ପଦକ ହାସଲ କରିଥିଲେ। ଏହି ପ୍ରତିଯୋଗିତାରେ ଓଡ଼ିଶାର ୧୩ ଜଣ ବାଳକ ଓ ୧୪ ଜଣ ବାଳିକା ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି।
ଝିଲ୍ଲୀଙ୍କୁ ସ୍ୱର୍ଣ୍ଣ, ସ୍ନେହାଙ୍କୁ ରୌପ୍ୟ, ସଚିନ୍ଙ୍କୁ କାଂସ୍ୟ
ଜାତୀୟ ଭାରୋତ୍ତୋଳନରେ ଓଡ଼ିଶାର ପଦକ ସଂଖ୍ୟା ୧୦
/sambad/media/post_attachments/wp-content/uploads/2018/02/12-Medal-winners-Weightlifters.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)