ଭୂବନେଶ୍ୱର: ଅନ୍ତର୍ଜାତିୟ ଖ୍ୟାତି ସମ୍ପନ୍ନ ଭାରୋତଳକ ଝିଲି ଦଳବେହେରା ୨୦୧୯ ମସିହାର ସମ୍ମାଜନକ ‘ଏକଲବ୍ୟ ପୁରସ୍କାର’ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏକଲବ୍ୟ ପୁରସ୍କାର ଜୁରୀ କମିଟି ବୈଠକରେ ସର୍ବସମ୍ମତି କ୍ରମେ ତାଙ୍କୁ ରବିବାର ୨୭ତମ ଏକଲବ୍ୟ ପୁରସ୍କାର ବିଜେତା ଘୋଷଣା କରାଇଛି ।
ସୂଚନାଯୋଗ୍ୟ ଝିଲି ଦଳବେହେରା ୨୦୧୭ ଏପ୍ରିଲ ୧ରୁ ୨୦୧୯ ମାର୍ଚ୍ଚ ୩୧ ମଧ୍ୟରେ ଅର୍ନ୍ତଜାତୀୟ ପ୍ରତିଯୋଗିତାରେ ୨ ସ୍ୱର୍ଣ୍ଣ, ୩ ରୌପ୍ୟ ଓ ଗୋଟିଏ କାଂସ୍ୟ ପଦକ ଜିଣିଥିଲେ। ସେଥିପାଇଁ ସେ ନିଦ୍ୱନ୍ଦ୍ୱରେ ଏକଲବ୍ୟ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏକ ଭବ୍ୟ ସମାରୋହରେ ତାଙ୍କୁ ଏକଲବ୍ୟ ପୁରସ୍କାର ଦିଆଯିବ। ପୁରସ୍କାର ବିତରଣ ଉତ୍ସବରେ ତାଙ୍କୁ ୫ ଲକ୍ଷ ଟଙ୍କା ଓ ମାନପତ୍ର ସହିତ ପୁରସ୍କୃତ କରାଯିବ।

ଏତଦ୍ ବ୍ୟତୀତ ତାଙ୍କ ସହ ଫୁଟବଲ୍ ଖେଳାଳି ଯବାମଣୀ ଟୁଡୁ ଓ ପ୍ରସିଦ୍ଧ ହକି ଖେଳାଳି ନମିତା ଟୋପ୍ପୋଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଓ ମାନପତ୍ର ଦ୍ୱାରା ସମ୍ମାନିତ କରାଯିବ।