ଭୁବନେଶ୍ବର: ଓଡ଼ିଶାର ଉଦୀୟମାନ ଅନ୍ତର୍ଜାତୀୟ ଭାରୋତ୍ତୋଳିକା ଝିଲ୍ଲୀ ଦଳବେ‌ହେରାଙ୍କୁ ମିଳିଛି ବଡ଼ ସୁଯୋଗ। ଦେଶର ଶୀର୍ଷ ୮ ଜଣ ଭାରୋତ୍ତୋଳକଙ୍କ ମଧ୍ୟରେ ସ୍ଥାନ ପାଇବା ସହ ଏହି ନୟାଗଡ଼ ଝିଅ ଆମେରିକାରେ ମାସାଧିକ କାଳ ତାଲିମ ନେବାକୁ ମନୋନୀତ ହୋଇଛନ୍ତି। ଡିସେମ୍ବର ୫ ତାରିଖରୁ କଲମ୍ବିଆର ବୋ ଗୋତାରେ ଅନୁଷ୍ଠିତ ହେବାକୁ ଥିବା ବରିଷ୍ଠ ବିଶ୍ବ ଭାରୋତ୍ତୋଳନ ପ୍ରତିଯୋଗିତା ଲାଗି ଝିଲ୍ଲୀଙ୍କ ସହ ମନୋନୀତ ୮ ଜଣ ଆମେରିକାରେ ତାଲିମ ନେବେ ବୋଲି ସୂଚନା ମିଳିଛି। ଝିଲ୍ଲୀ ପୂର୍ବରୁ ରାଜ୍ୟଗୋଷ୍ଠୀ ଭରୋତ୍ତୋଳନରୁ ସ୍ବର୍ଣ୍ଣ (୨୦୧୯), ରୌପ୍ୟ (୨୦୨୧) ଜିତି ସାରିଥିବା ବେଳେ ଏସୀୟ ଭାରୋତ୍ତୋଳନରୁ ସମାନ ପ୍ରଦର୍ଶନ (୨୦୧୯ ଓ ୨୦୨୦) ‌ପାଇଛନ୍ତି। ୨୦୧୮ ବିଶ୍ବ ଜୁନିୟର୍‌ରୁ କାଂସ୍ୟ ଏବଂ ୨୦୧୯ ଦକ୍ଷିଣ ଏସୀୟ କ୍ରୀଡ଼ାରୁ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଝିଲ୍ଲୀ।