ଜୀବନାନନ୍ଦ ଶତପଥୀ ସ୍ମାରକୀ ଚେସ୍‌: ମହେନ୍ଦ୍ର ବିଜେତା

ଭୁବନେଶ୍ବର: ଓଡ଼ିଶା ରାଜ୍ୟ ଚେସ୍‌ ସଂଘ ଆନୁକୂଲ୍ୟରେ ଆୟୋଜିତ ଦ୍ବିତୀୟ ଜୀବନାନନ୍ଦ ଶତପଥୀ ସ୍ମାରକୀ ଓପନ୍‌ ଚେସ୍‌ ପ୍ରତିଯୋଗିତାରେ ଆନ୍ଧ୍ରପ୍ରଦେଶର ମହେନ୍ଦ୍ର ତେଜ ମେକାଳ ବିଜେତା ହୋଇଛନ୍ତି। ସେ ୭.୫ ପଏଣ୍ଟ ସହ ଶୀର୍ଷ ସ୍ଥାନ ଦଖଲ କରିଥିଲା ବେଳେ ଗୁଜରାଟର ଆ‌ନନ୍ଦକଟ କର୍ତ୍ତବ୍ୟ ଓ ଭୁବନେଶ୍ବରର ସତ୍ୟେନ୍ଦୁ ଶେଖର ଖୁଣ୍ଟିଆ ସମାନ ୭ ପଏଣ୍ଟ୍‌ ଲେଖାଏଁ ପାଇ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଥିଲେ। ଓଡ଼ିଶାର ସୌମ୍ୟ ରଂଜନ ବେହେରା (ଷଷ୍ଠ) ଏବଂ ରବୀନ୍ଦ୍ର କୁମାର ଓଝା, ହର୍ଷିତ ରଂଜନ ସାହୁ, ସତ୍ୟମ ସର୍ବଜିତ ମିଶ୍ର, ଅମରେନ୍ଦ୍ର ଖମାରି, ଅଭୟ କୁମାର ଦାଶ ଓ ଅଦିତି ମୁଖାର୍ଜୀ ଯଥାକ୍ରମେ ଦଶମରୁ ପଞ୍ଚଦଶ ସ୍ଥାନ ମଧ୍ୟରେ ରହିଥିଲେ। ବିଭିନ୍ନ ବର୍ଗରେ ଅଦିତି ମହାରାଣା, ଅକ୍ଷଜ ନାୟକ, ବିନୀତ ନାୟକ, ଶୁଭମ ପ୍ରତୀକ ମିଶ୍ର, ବିଶ୍ବପ୍ରିତ ରୟ, ଶିବାଂଶ ମିଶ୍ର, ଉଦୟ ପରିଡ଼ା, ଶ୍ରବଣ ବଳରାମ, ଆରିନ ଅନ୍ବେଷ ସ୍ବାଇଁ, ସ୍ନେହାଞ୍ଜଳି ପ୍ରଧାନ, ରବୀନ୍ଦ୍ର ମହାନ୍ତି, ଆଦିତ୍ୟ ବିକ୍ରମ ମିଶ୍ର, ସାଇ ଶକ୍ତି ପଣ୍ଡା ଓ ସିଦ୍ଧାର୍ଥ ମିଶ୍ର ପୁରସ୍କୃତ ହୋଇଥିଲେ। ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ ଅଜୟ ବିନୟ ବୈଷୟିକ ଶିକ୍ଷାନୁଷ୍ଠାନ ଏମ୍‌ସିଏ ବିଭାଗ ମୁଖ୍ୟ ଅମରେଶ ସାହୁ, ରାଜ୍ୟ ଇଣ୍ଟିଲିଜେନ୍ସ ଇନ୍‌ସ୍ପେକ୍ଟର ପ୍ରିୟଦର୍ଶନୀ ନାୟକ, ଓଡ଼ିଶା ରାଜ୍ୟ ଚେସ୍‌ ସଂଘ ସମ୍ପାଦକ ସ୍ମୃତି ରଂଜନ ଦାସ, ଦିଂବଗତ ଜୀବନନନ୍ଦ ଶତପଥୀଙ୍କ ପୁଅ ଜ୍ୟୋତି ପ୍ରକଶ ଶତପଥୀ, ପତ୍ନୀ ବାସନ୍ତୀ ଶତପଥୀ, ଭଉଣୀ ସଂଧ୍ୟାରାଣୀ ଶତପଥୀ, ମୁଖ୍ୟ ଅର୍ବିଟର ଦେବାଶିଷ ପାଣିଗ୍ରାହୀ ଓ ଡେପୁଟି ଆର୍ବିଟର ଦୀପକ କୁମାର ପଲେଇ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର