ମୁମ୍ବାଇ : ଭାରତ ସରକାର ଦେଶରେ ଅନଲାଇନ ବେଟିଂକୁ ନିଷିଦ୍ଧ କରିଛନ୍ତି। ସରକାରଙ୍କ ଦ୍ବାରା ସଂସଦରେ ଗୃହୀତ ହୋଇଥିବା ବିଲ୍ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଆଇନରେ ପରିଣତ ହୋଇଛି। ଏହା ଫଳରେ ବିସିସିଆଇ ଏକ ବଡ଼ ପ୍ରାୟୋଜକ ହରାଇଛି । ତାହା ହେଉଛି ଡ୍ରିମ-୧୧ । ଏହା ସହିତ ଡ୍ରିମ-୧୧ ପୂର୍ବର ଆଉ କେତେକ କମ୍ପାନିଙ୍କ ତାଲିକାରେ ଯୋଡ଼ି ହୋଇଯାଇଛି ଯେଉଁମାନେ ପୂର୍ବରୁ ବିସିସିଆଇର ପ୍ରାୟୋଜକ ହୋଇଥିଲେ, କିନ୍ତୁ ଏବେ ତଳିତଳାନ୍ତ ହୋଇଯାଇଛନ୍ତି । 

Advertisment

ଏଠାରେ ପ୍ରଶ୍ନ ଉଠୁଛି ଯେ ଟିମ ଇଣ୍ଡିଆର ଜର୍ସି ଅଶୁଭ କି ? ଯିଏ ବି ଟିମ ଇଣ୍ଡିଆ ଜର୍ସିରେ ନିଜ ନାମ ଲେଖିଲା ସିଏ ବୁଡ଼ିଲା ।  ଏହା ପୂର୍ବରୁ ଟିମ ଇଣ୍ଡିଆର ସ୍ପନସର ଥିବା ସାହାରା ଇଣ୍ଡିଆ, ଷ୍ଟାର ଇଣ୍ଡିଆ, ଓପ୍ପୋ, ବାଇଜୁସ୍ ଆଦି କମ୍ପାନିଙ୍କ ଅବସ୍ଥା ଏବେ କଣ ତାହା ମନେପକାନ୍ତୁ ।

ଏଠାରେ ପ୍ରଶ୍ନ ଉଠୁଛି ଯେ ଟିମ ଇଣ୍ଡିଆର ଜର୍ସି ଅଶୁଭ କି ? ଯିଏ ବି ଟିମ ଇଣ୍ଡିଆ ଜର୍ସିରେ ନିଜ ନାମ ଲେଖିଲା ସିଏ ବୁଡ଼ିଲା ।  ଏହା ପୂର୍ବରୁ ଟିମ ଇଣ୍ଡିଆର ସ୍ପନସର ଥିବା ସାହାରା ଇଣ୍ଡିଆ, ଷ୍ଟାର ଇଣ୍ଡିଆ, ଓପ୍ପୋ, ବାଇଜୁସ୍ ଆଦି କମ୍ପାନିଙ୍କ ଅବସ୍ଥା ଏବେ କଣ ତାହା ମନେପକାନ୍ତୁ ।

ସାହାରା ଇଣ୍ଡିଆ ୨୦୦୧ରୁ ୨୦୧୩ ପର୍ଯ୍ୟନ୍ତ ଭାରତୀୟ ଦଳର ପ୍ରାୟୋଜକ ଥିଲା । ୨୦୧୧ରେ ଭାରତ ବିଶ୍ବ ଚାମ୍ପିୟନ ହେବା ସହ କମ୍ପାନିର ବ୍ରାଣ୍ଡ ଇମେଜ ଆକାଶଛୁଆଁ ହୋଇଥିଲା । କିନ୍ତୁ ତାପରେ କମ୍ପାନିର ଅବସ୍ଥା ଶୋଚନୀୟ ହେବା ଆରମ୍ଭ ହେଲା ଓ ଏବେ ଏହି କମ୍ପାନି ବିଲୁପ୍ତପ୍ରାୟ । ଏହା ପରେ ଷ୍ଟାର ଇଣ୍ଡିଆ ୨୦୧୪ରୁ ୨୦୧୭ ପର୍ଯ୍ୟନ୍ତ ଟିମ ଇଣ୍ଡିଆର ପ୍ରାୟୋଜକ ଥିଲା । କିନ୍ତୁ ଏହିଠାରୁ ହିଁ ଭାରତରେ କମ୍ପାନିର ଦୁର୍ଦ୍ଦିନ ଆରମ୍ଭ ହେଲା । ଷ୍ଟାର ଇଣ୍ଡିଆର ମୂଳ କମ୍ପାନି ଓ୍ବାଲଟ ଡିଜନି ଏକ ଆଇନଗତ ମାମଲାରେ (ସିସିଆଇ ତଦନ୍ତ) ଫଳରେ ତଳିତଳାନ୍ତ ହୋଇଗଲା ଓ ଶେଷରେ ହଟଷ୍ଟାର ଜିଓର ମିଶ୍ରଣ ହେଲା । ଏହା ପରେ ୨୦୧୭ରୁ ୨୦୨୦ ପର୍ଯ୍ୟନ୍ତ ଚୀନ ସ୍ମାର୍ଟଫୋନ କମ୍ପାନି ଓପ୍ପୋ ଟିମ ଇଣ୍ଡିଆର ପ୍ରାୟୋଜକ ହେଲା ।  ପୂର୍ବ କମ୍ପାନିଗୁଡ଼ିକ ପରି ଓପ୍ପୋ ମଧ୍ୟ ସମସ୍ୟାରେ ପଡ଼ିବା ଆରମ୍ଭ କଲା । କମ୍ପାନି ନୋକିଆ ସହ ଏକ ପ୍ୟାଟେଣ୍ଟ ବିବାଦରେ ଫସିଲା । ୨୦୨୦ରେ ଗଲଓ୍ବାନ ସଂଘର୍ଷ ପରେ ଭାରତ ସରକାର ଚୀନ କମ୍ପାନିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କଲେ ଓ ଶେଷରେ ଓପ୍ପୋ ଭାରତୀୟ ବଜାରରୁ ଅପସରି ଗଲା । ଏହା ପରେ ପ୍ରାୟୋଜକ ହେଲା ବାଇଜୁସ୍ । ଦିନେ ଏହାକୁ ଦେଶର ସର୍ବୋତ୍ତମ ଏଜୁଟେକ୍ ଷ୍ଟାର୍ଟଅପ କୁହାଯାଉଥିଲା, କିନ୍ତୁ ପରେ ଏହା ଅତ୍ୟଧିକ ଋଣ, ଋଣ ଖିଲାପି ଯୋଗୁଁ ଦେବାଳିଆ ହୋଇଗଲା । ଏବେ ଏହି ତାଲିକାରେ ଯୋଗ ଦେଇଛି ଡ୍ରିମ-୧୧ ।