ମୁମ୍ବାଇ: ମଙ୍ଗଳବାର ଆଇପିଏଲ୍‌ କ୍ବାଲିଫାୟର-୧ରେ ଚେନ୍ନାଇ ସୁପରକିଙ୍ଗ୍ସ ଓ ଗୁଜରାଟ ଟାଇଟନ୍ସ ମ୍ୟାଚ୍‌ର ଡିଜିଟାଲ୍‌ ଦର୍ଶକଙ୍କ କ୍ଷେତ୍ରରେ ନୂଆ କୀର୍ତ୍ତିମାନ ହୋଇଛି। ମ୍ୟାଚ୍‌ ପ୍ରସାରଣକାରୀ ଆପ୍‌ ଜିଓ ସିନେମାରେ ଏହି ମ୍ୟାଚ୍‌ ବେଳେ ଡିଜିଟାଲ୍‌ ଦର୍ଶକଙ୍କ ସଂଖ୍ୟା ଅଢ଼େଇ କୋଟି ପାର୍‌ ହୋଇଛି। ଯାହାକି ଏବେ ବିଶ୍ବ କୀର୍ତ୍ତିମାନ ବହନ କରୁଥିବା କୁହାଯାଇଛି।

Advertisment

ବିଶେଷ କରି ମ୍ୟାଚ୍‌ର ଶେଷ ଓଭର ବେଳକୁ ଏହି ସଂଖ୍ୟା ଛୁଇଁଥିବା ଜିଓ ପକ୍ଷରୁ ସୂଚନା ଦିଆଯାଇଛି। ଏଥିପୂର୍ବରୁ ଜିଓ ସିନେମାରେ ସର୍ବାଧିକ ଡିଜିଟାଲ୍‌ ଦର୍ଶକଙ୍କ ସଂଖ୍ୟା ୨.୪ କୋଟି ଥିଲା। ଚେନ୍ନାଇ ସୁପର କିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଏପ୍ରିଲ୍‌ ୧୭ ତାରିଖରେ ଖେଳାଯାଇଥିବା ମ୍ୟାଚ୍‌ର ଏହି କୀର୍ତ୍ତିମାନ ହୋଇଥିଲା। ମଙ୍ଗଳବାର ସୁଦ୍ଧା ମୋଟ୍‌ ଡିଜିଟାଲ୍‌ ଦର୍ଶକଙ୍କ ସଂଖ୍ୟା ୧୩୦୦ କୋଟି ପାର୍‌ ହୋଇଛି। ଜଣେ ଦର୍ଶକଙ୍କ ପିଛା ସିଧାପ୍ରସାରଣ ଦେଖୁଥିବା ହାରାହାରି ସମୟ ୬୦ ମିନିଟ୍‌ରୁ ଅଧିକ ରହିଛି।