ବିଜେନ୍ଦରଙ୍କ ଲଢ଼େଇ ୨୩ରେ

ନୂଆଦିଲ୍ଲୀ: ଡବ୍ଲୁବିଓ ଓରିଏଣ୍ଟାଲ୍‌ ଟ୍ରଫି ବଜାୟ ରଖିବା ଲାଗି ଭାରତୀୟ ପେସାଦାର ମୁଷ୍ଟିଯୁଦ୍ଧା ବିଜେନ୍ଦର ସିଂହ ଡିସେମ୍ବର ୨୩ ତାରିଖରେ ଘାନାର ଏର୍ନେଷ୍ଟ୍‍ ଅମୁଜୁଙ୍କୁ ଭେଟିବେ। ଏହି ଲଢ଼େଇ ରାଜସ୍ଥାନର ଜୟପୁରରେ ଅନୁଷ୍ଠିତ ହେବ। ବିଜେନ୍ଦର ଗତ ଅଗଷ୍ଟରେ ଚୀନ୍‌ର ଜୁଲପିକର ମାଇତିଆଲିଙ୍କୁ ହରାଇ ଏହି ଟ୍ରଫି ଜିତିଥିଲେ।

ସମ୍ବନ୍ଧିତ ଖବର