ନୂଆଦିଲ୍ଲୀ: ସ୍ଥାନୀୟ କର୍ନି ସିଂହ ସୁଟିଂ ରେଞ୍ଜରେ ଚାଲିଥିବା ଆଇଏସଏସଏଫ୍‌ ବନ୍ଧୁକ ଚାଳନା ବିଶ୍ୱକପ୍‌ ଫାଇନାଲ୍ସରେ ଭାରତର ଜିତୁ ରାୟ ଏବଂ ହୀନା ସିଦ୍ଧୁ ମିଶ୍ରିତ ଯୁଗଳ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ରାଜ୍ୟଗୋଷ୍ଠୀ ସ୍ୱର୍ଣ୍ଣ ବିଜେତା ଯୋଡ଼ି ଜିତୁ ଓ ହୀନା ମିଳିତ ଭାବେ ତୃତୀୟ ଅନ୍ତର୍ଜାତୀୟ ସ୍ୱର୍ଣ୍ଣ ପଦକ ପାଇଛନ୍ତି। ଏହି ଭାରତୀୟ ଯୋଡ଼ି ମିଳିତ ଭାବେ ୪୮୩.୪ ପଏଣ୍ଟ ଅର୍ଜନ କରି ପ୍ରଥମ ସ୍ଥାନରେ ରହିଥିଲେ। ଫ୍ରାନ୍ସ ଏହି ବର୍ଗରେ ରୌପ୍ୟ ଏବଂ ଚୀନ କାଂସ୍ୟ ପଦକ ଜିତିଥିଲା।