ଆଇଏସ୍‌ଏସ୍‌ଏଫ ବିଶ୍ୱକପ୍‌: ସୁଟିଂରେ ହିନା ସିଦ୍ଧୁ ଓ ଜିତୁ ରାୟଙ୍କୁ ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ମଙ୍ଗଳବାର ଆରମ୍ଭ ହୋଇଥିବା ଅନ୍ତର୍ଜାତୀୟ ସୁଟିଂ ସ୍ପୋର୍ଟ ଫେଡେରେସନ୍‌(ଆଇଏସଏସଏଫ) ବିଶ୍ୱ କପରେ ଭାରତ ସ୍ୱର୍ଣ୍ଣ ପଦକ ହାସଲ କରିଛି। ସୁଟିଂ ବିଶ୍ୱକପରେ ଭାରତୀୟ ସୁଟର ହିନା ସିଦ୍ଧୁ ଓ ଜିତୁ ରାୟଙ୍କ ଯୋଡ଼ି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଆଇଏସଏସଏଫର ୧୦ ମିନିଟର ମିକ୍ସଡ୍‌ ଡବଲ୍‌ ପିସ୍ତଲ ବିଭାଗରେ ଜିତୁ ରାୟ ଓ ହିନା ସିଦ୍ଧୁଙ୍କ ଯୋଡ଼ି ଭାରତ ପାଇଁ ଗୌରବ ଆଣିଛନ୍ତି। ଚୀନ ଓ ଫ୍ରାନ୍ସକୁ ହରାଇବା ପରେ ଭାରତକୁ ଏହି ସଫଳତା ହାସଲ ହୋଇଛି।

ଭାରତ ପ୍ରଥମଥର ପାଇଁ ଏହି ଟୁର୍ଣ୍ଣାମେଣ୍ଟ ଖେଳୁଥିଲା। ଜିତୁ ରାୟ ଏସିୟାନ୍‌ ଗେମ୍‌ରେ ଖୁବ୍‌ ସୁନ୍ଦର ପ୍ରଦର୍ଶନ କରିବା ପରେ ଏହି ବିଶ୍ୱକପରେ ସ୍ୱର୍ଣ୍ଣପଦକ ଜିତିଛନ୍ତି। ସେହିପରି ହିନା ସିଦ୍ଧୁଙ୍କ ପାଇଁ ଏହା ଦ୍ୱିତୀୟ ସଫଳତା। ଏହା ପୂର୍ବରୁ ସେ ୨୦୧୩ ବିଶ୍ୱକପରେ ସ୍ୱର୍ଣ୍ଣପଦକ ବିଜୟିନୀ ହୋଇଥିଲେ।

୨୪ ଅକ୍ଟୋବରରୁ ଆରମ୍ଭ ହୋଇଥିବା ଏହି ସୁଟିଂ ବିଶ୍ୱକପ୍‌ରେ ପାଖାପାଖି ୨୫ଟି ଦଳ ଭାଗ ନେଇଛନ୍ତି।

ସମ୍ବନ୍ଧିତ ଖବର