ଭାରତକୁ ବିଜେତା କରାଇଲେ ବିକି ଓରାମ

ଜକି କପ୍‌ ଆନ୍ତର୍ଜାତିକ ଫୁଟ୍‌ବଲ୍‌

କଟକ: ହଂକଂରେ ଶେଷ ହୋଇଥିବା ଜକି କପ୍‌ ଆନ୍ତର୍ଜାତିକ ଆମନ୍ତ୍ରଣୀୟ ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ଭାରତ ବିଜେତା ହୋଇଛି। ଓଡ଼ିଆ ଖେଳାଳି ବିକି ଓରାମ ଭାରତକୁ ଜିତାଇବାରେ ପ୍ରମୁଖ ଭୁମିକା ଗ୍ରହଣ କରିଥିଲେ। ଆୟୋଜକ ହଂକଂ ବିପକ୍ଷ ଶେଷ ମ୍ୟାଚ୍‌ରେ ଭାରତ ୪-୨ ଗୋଲ୍‌ରେ ବିଜୟୀ ହୋଇଥିଲା। ମ୍ୟାଚର ୧୮ ଓ ୨୭ ମିନିଟ୍‌ରେ ବିକି ଦଳ ପାଇଁ ଦୁଇଟି ଗୋଲ୍‌ ଦେଇଥିଲେ। ତାଙ୍କ ବ୍ୟତୀତ ରୋହିତ ଦନୁ ୪୬ ମିନିଟ୍‌ ଓ ଲାଲ୍‌ରୋକିମା ୯୩ ମିନିଟ୍‌ରେ ଦେଇଥିବା ଗୋଲ ବଳରେ ଭାରତ ମ୍ୟାଚ୍‌ ଜିତିପାରିଥିଲା। ଦୁଇଟି ଗୋଲ ଦେଇଥିବା ବିକିଙ୍କୁ ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରାଯାଇଛି। ଏଥିପୂର୍ବରୁ ଚାଇନିଜ୍‌ ତାଇପେକୁ ୪-୦ ଓ ସିଙ୍ଗାପୁରକୁ ୩-୧ ଗୋଲ୍‌ରେ ଭାରତ ହରାଇଥିଲା। ଭାରତୀୟ ଦଳରେ ଅନ୍ୟତମ ଓଡ଼ିଆ ଖେଳାଳି ଭାବେ ସମିର କେର୍କେଟା ମଧ୍ୟ ଏହି ମ୍ୟାଚ୍‌ ଖେଳିଥିଲେ। ହେଲେ ଗୋଲ ଦେଇପାରିନଥିଲେ। କେବଳ ଏହି ଦୁଇ ଜଣ ନୁହେଁ କଟକର ସୌମ୍ୟ ରାଉତ ଫିଜିଓ ଭାବେ ମଧ୍ୟ ଦଳ ସହିତ ରହିଆସୁଛନ୍ତି। ଏହି ଗସ୍ତକୁ ମିଶାଇ ଭାରତ ବର୍ତ୍ତମାନ ସୁଦ୍ଧା ଲଗାତର ୨୨ ମ୍ୟାଚ୍‌ରେ ଅପରାଜେୟ ରହିଛି। ଭାରତୀୟ ଦଳ ବାର୍ସେଲୋନାରେ ଆଉ ଏକ ପ୍ରତିଯୋଗିତାରେ ଖେଳିବା ପାଇଁ ହଂକଂରୁ ସିଧାସଳଖ ସ୍ପେନ୍‌ ଗସ୍ତ କରିଛି।

ସମ୍ବନ୍ଧିତ ଖବର