ସିନସିନାଟି ଓପନ୍‌ ଜିତିଲେ ଜୋକୋଭିକ୍‌

ସିନସିନାଟି: ପୂର୍ବତନ ଶୀର୍ଷ ମାନ୍ୟତା ଟେନିସ୍‌ ଖେଳାଳି ନୋଭାକ ଜୋକୋଭିକ୍‌ଙ୍କ ସିନସିନାଟି ଓପନ୍‌ ଜିତିବା ସ୍ୱପ୍ନ ସାକାର ହୋଇଛି। ରବିବାର ଫାଇନାଲ୍‌ରେ ଦଶମ ମାନ୍ୟତା ସର୍ବିଆ ତାରକା ସିଧାସଳଖ ୬-୪, ୬-୪ ସେଟ୍‌ରେ ଦ୍ୱିତୀୟ ମାନ୍ୟତା ସ୍ୱିଜରଲାଣ୍ଡ୍‌ର ରୋଜର ଫେଡେରର୍‌ଙ୍କୁ ହରାଇ ଏହି ମୁକୁଟ କରାୟତ କରିଥିଲେ। ପୂର୍ବରୁ ଏହି ପ୍ରତିଯୋଗିତାର ଫାଇନାଲ୍‌ରେ ୫ ଥର ଜୋକଭିକ୍‌ ପହଞ୍ଚିଥିଲେ ମଧ୍ୟ ପ୍ର୍ରତ୍ୟେକ ଥର ଫେଡେରର୍‌ଙ୍କଠୁ ହାରି ମୁକୁଟ ହାତେଇବାରେ ବିଫଳ ହୋଇଥିଲେ। ଚଳିତ ବର୍ଷ ଏଠାରେ ଟ୍ରଫି ଜିତି ନିଜ ସ୍ୱପ୍ନ ସାକାର କରିବା ସହ ଫେଡେରର୍‌ଙ୍କଠୁ ମଧୁର ପ୍ରତିଶୋଧ ନେଇଛନ୍ତି। ଏଥି ସହ ସେ ପ୍ରଥମ ପୁରୁଷ ଖେଳାଳି ଭାବେ ସମସ୍ତ ୯ ଏଟିପି ମାଷ୍ଟର୍ସ ୧୦୦୦ ପ୍ରତିଯୋଗିତା ଜିତିବାର ସଫଳତା ପାଇଛନ୍ତି। ଅନ୍ୟପକ୍ଷରେ ୭ ଥର ଏଠାରେ ଟ୍ରଫି ଜିତିଥିବା ଫେଡେରର୍‌ଙ୍କ ୯୯ ଟ୍ରଫି ଜିତିବା ଆଶା ଘୁଞ୍ଚି ଯାଇଛି।

ସମ୍ବନ୍ଧିତ ଖବର