ଲର୍ଡସ : ଲଣ୍ଡନର ଐତିହାସିତ ଲର୍ଡସଠାରେ ଖେଳାଯାଉଥିବା ଭାରତ-ଇଂଲଣ୍ଡ ଟେଷ୍ଟ ମ୍ୟାଚର ଆଜି ହେଉଛି ୨ୟ ଦିବସ । ୨ୟ ଦିବସରେ ଜୋ ରୁଟଙ୍କ ଶତକ ଅର୍ଜନ କରିଛନ୍ତି । ତେବେ ଯଶପ୍ରୀତ ବୁମରାଙ୍କ ଘାତକ ବୋଲିଂ ଫଳରେ ଭାରତ ଆଉ ୩ଟି ଓ୍ବିକେଟ ହାସଲ କରିବା ସହ ମ୍ୟାଚକୁ ନିଜ ନିୟନ୍ତ୍ରଣରେ ରଖିଛି ।  ସର୍ବଶେଷ ସୂଚନା ଅନୁସାରେ ଇଂଲଣ୍ଡ ୭ ଓ୍ବିକେଟ ହରାଇ  ୨୭୧ ରନ କରିଛି । ଏବେ ଜେମି ସ୍ମିଥ ୧୦ ରନରେ  ଓ ବ୍ରାଇଡନ କାର୍ସେ ୦ ରନରେ ଖେଳୁଛନ୍ତି ।

Advertisment

ଆଜି ଇଂଲଣ୍ଡ ଗତ କାଲିର ସ୍କୋର ୨୫୧/୪ରୁ ଆଗକୁ ଖେଳିବା ଆରମ୍ଭ କରିଥିଲା । ଗତ କାଲି ୯୯ ରନରେ ଅପରାଜିତ ଥିବା ଜୋ ରୁଟ୍ ଆଜି ଖେଳ ଆରମ୍ଭ ହେଉ ହେଉ ନିଜର ଶତକ ପୂରଣ କରିଥିଲେ । ତେବେ ଗତ କାଲି ୩୯ ରନରେ ଅପରାଜିତ ଥିବା ବେନ ଷ୍ଟୋକ୍ସ ଆଉ ମାତ୍ର ୫ ରନ ଯୋଗ କରିବା ପରେ ଯଶପ୍ରୀତ ବୁମରାଙ୍କ ବଲରେ ବୋଲଡ୍ ଆଉଟ ହୋଇଥିଲେ । ସେହିପରି ରୁଟ ମଧ୍ୟ ଆଉ ୫ ରନ ଯୋଗ କରିବା ପରେ ବୁମରାଙ୍କ ବଲରେ ବୋଲଡ୍ ଆଉଟ ହୋଇଥିଲେ ।  ବୁମରା ମଧ୍ୟ କ୍ରିସେ ଓକ୍ସଙ୍କ ଖାତା ଖୋଲିବା ପୂର୍ବରୁ ପାଭିଲିୟନ ଫେରାଇଦେଇଛନ୍ତି ।