ବର୍ଲିନ୍: ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ବିଜେତା ଭାରତୀୟ ଧାବକ ଜିନ୍ସନ୍ ଜନସନ୍ ବିଶ୍ବ ପ୍ରତିଯୋଗିତା ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି। ରବିବାର ଆଇଏସ୍ଟିଏଫ୍ ବର୍ଲିନ୍ ପ୍ରତିଯୋଗିତାର ସେ ୧୫୦୦ ମିଟର ଦୌଡ଼କୁ ୩ ମିନିଟ୍ ୩୫.୨୪ ସେକେଣ୍ଡ ସମୟ ନେଇ ଶେଷ କରି ରୌପ୍ୟ ପଦକ ଜିତିଥିଲେ। ଚଳିତ ମାସ ୨୮ ତାରିଖରୁ ଦୋହାରେ ହେବାକୁ ଥିବା ବିଶ୍ବ ପ୍ରତିଯୋଗିତା ଲାଗି ଯୋଗ୍ୟତା ମାନଦଣ୍ଡ ୩:୩୬.୦୦ ମିନିଟ୍ ରହିଥିଲା ବେଳେ ଜିନ୍ସନ୍ ନିଜ ନାମରେ ଥିବା ଜାତୀୟ କୀର୍ତ୍ତିମାନ (୩:୩୭.୬୨)କୁ ଭାଙ୍ଗିବା ସହ ଏହି ସ୍ଥାନ ପକ୍କା କରିଥିଲେ।
ବିଶ୍ବ ପ୍ରତିଯୋଗିତାକୁ ଜିନ୍ସନ୍ଙ୍କ ଯୋଗ୍ୟତା
/sambad/media/post_attachments/wp-content/uploads/2019/09/adfdfdafacvav.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)