ଭୁବନେଶ୍ବର: ସେନେଗଲର ଡିଫେଣ୍ଡର ମୌର୍ତାଡା ଫଲ୍ଙ୍କ ସହ ଓଡ଼ିଶା ଏଫ୍ସି ୨ ବର୍ଷିଆ ଚୁକ୍ତି କରିଛି। ଏହି ଡିଫେଣ୍ଡର ଆଇଏସ୍ଏଲ୍ରେ ଏଫ୍ସି ଗୋଆ ଏବଂ ମୁମ୍ବାଇ ସିଟି ଏଫ୍ସିରୁ ଖେଳିବାର ଅଭିଜ୍ଞତା ରଖିଛନ୍ତି। ଏଫ୍ସି ଗୋଆକୁ ସୁପର କପ୍ ଓ ଆଇଏସ୍ଏଲ୍ ଲିଗ୍ ବିଜେତା ସିଲ୍ଡ ବିଜେତା କରିବାରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା। ମୁମ୍ବାଇ ସିଟି ଏଫ୍ସିକୁ ଯୁଗଳ ଟ୍ରଫି ଲିଗ୍ ସିଲ୍ଡ ସହ ଆଇଏସ୍ଏଲ୍ ଟ୍ରଫି ଜିତାଇବାରେ ତାଙ୍କର ଅବଦାନ ରହିଥିଲା। ଆଗାମୀ ଆଇଏସ୍ଏଲ୍ ଓ ଏଫ୍ସି କପ୍ରେ ତାଙ୍କ ଭଲ ପ୍ରଦର୍ଶନ ଆଶା ରଖିଛି ଓଡ଼ିଶା ଏଫ୍ସି।
ଓଡ଼ିଶା ଏଫ୍ସିରେ ଯୋଗ ଦେଲେ ଫଲ୍
/sambad/media/post_attachments/wp-content/uploads/2023/06/5f6sh4654hfhhfshsfsfh.jpg)