କଟକ: ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ଭିଜନ-୨୦୨୪ ଯୋଜନା ଅନୁସାରେ ଶୁକ୍ରବାରଠାରୁ ସ୍ପିନର ପ୍ରତିଭା ଚୟନ ଶିବିର ଓଡ଼ିଶା କ୍ରିକେଟ୍ ଏକାଡେମିରେ ଆରମ୍ଭ ହୋଇଛି। ଏହି ଶିବିରରେ ଭୁବନେଶ୍ବର, କଟକ, ପୁରୀ, ପାରାଦୀପ, ଜଗତସିଂହପୁର ଓ ଢେଙ୍କାନାଳ ଜିଲ୍ଲାରୁ ପ୍ରାୟ ୧୨୫ ଜଣ ସ୍ପିନର ଯୋଗଦେଇ ପ୍ରଶିକ୍ଷଣ ନେଇଛନ୍ତି। ମୁଖ୍ୟ କୋଚ୍ ଦିନେଶ ମୋଙ୍ଗିଆ, ସିନିଅର ଓ ଜୁନିଅର ଚୟନକର୍ତ୍ତା ଅମିୟ ରାୟ, ସୁବିତ ବିଶ୍ବାଳ, ପ୍ରଭଞ୍ଜନ ମଲ୍ଲିକ, ନିରଂଜନ ବେହେରା ଓ ଶୁଭ୍ରଜିତ ସାହୁ ପ୍ରମୁଖ ଶିବିରରେ ଉପସ୍ଥିତ ଥିଲେ। ଆସନ୍ତା ୩୦ ତାରିଖରେ ବିଜେବି ହାଇସ୍କୁଲ ଖୋର୍ଦ୍ଧାରେ ଦ୍ବିତୀୟ ଶିବିର ଅନୁଷ୍ଠିତ ହେବ।
ସ୍ପିନର ପ୍ରତିଭା ଚୟନ ଶିବିରରେ ଯୋଗଦେଲେ ୧୨୫
/sambad/media/post_attachments/wp-content/uploads/2023/04/654654g65dagdgdgda.jpg)