ମଣ୍ଟେକାର୍ଲୋ କ୍ବାର୍ଟରରେ ଜୋକୋଭିକ୍‌, ନାଦାଲ

ମଣ୍ଟେକା‌ର୍ଲୋ: ବିଜେତା ରାଫେଲ ନାଦାଲ ଏବଂ ଶୀର୍ଷ ମାନ୍ୟତା ନୋଭାକ୍‌ ଜୋକୋଭିକ୍‌ ନିଜ ନିଜର ଆକର୍ଷଣୀୟ ବିଜୟ ସହ ମଣ୍ଟେ କାର୍ଲୋ ମାଷ୍ଟର୍ସ ଟେନିସ୍‌ ପ୍ରତିଯୋଗିତାର କ୍ବାର୍ଟର ଫାଇନାଲ୍‌ ସ୍ଥାନ ପକ୍କା କରିନେଇଛନ୍ତି। ଗୁରୁବାର ପ୍ରିକ୍ବାର୍ଟର ଫାଇନାଲ୍‌ରେ ସ୍ପେନ୍‌ ତାରକା ନାଦାଲ ବୁଲ୍‌ଗେରିଆର ଗ୍ରିଗୋର୍‌ ଦିମିତ୍ରୋଭ୍‌ଙ୍କୁ ସିଧାସଳଖ ୬-୪ ଓ ୬-୧ ସେଟ୍‌ରେ ପରାସ୍ତ କରି ପଞ୍ଚଦଶ ଥର ପାଇଁ କ୍ବାର୍ଟର ଫାଇନାଲ୍‌ ପ୍ରବେଶ କରିଛନ୍ତି। ଏଥି ସହିତ ଏଠାରେ ସେ ୭୦ତମ ବିଜୟ ହାସଲ କରିବା ସାଙ୍ଗକୁ ନିଜର ଦ୍ବାଦଶ ଟ୍ରଫି ହାସଲ ଦିଗରେ ଅଗ୍ରସର ହୋଇଛନ୍ତି। ଅନ୍ୟପକ୍ଷରେ ସର୍ବିଆ ତାରକା ଜୋକୋଭିକ୍‌ ସିଧାସଳଖ ୬-୩ ଓ ୬-୩ ସେଟ୍‌ରେ ଗତବର୍ଷର ଫ୍ରେଞ୍ଚ୍‌ ଓପନ୍‌ ଉପବିଜେତା ଡୋମିନିକ୍‌ ଥିମ୍‌ଙ୍କୁ ବିଦାୟ ରାସ୍ତା ଦେଖାଇଦେବା ସହିତ କ୍ବାର୍ଟର ଫାଇନାଲ୍‌ ପ୍ରବେଶ କରିଛନ୍ତି।

ସମ୍ବନ୍ଧିତ ଖବର