ଫାଇନାଲ୍‌ରେ ଜୋକୋଭିକ-ନାଦାଲ୍‌

ମେଲ୍‌ବର୍ନ: ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡ୍‌ ସ୍ଲାମ୍‌ ଟେନିସ୍‌ ପ୍ରତିଯୋଗିତା ଅଷ୍ଟ୍ରେଲିଆନ୍‌ ଓପନ୍‌ର ପୁରୁଷ ଏକକ ଫାଇନାଲ୍‌ରେ ଦ୍ବିତୀୟ ଖେଳାଳି ଭାବେ ୬ ଥରର ବିଜେତା ନୋଭାକ ଜୋକୋଭିକ ପ୍ରବେଶ କରିଛନ୍ତି। ସପ୍ତମ ଥର ଲାଗି ଏଠାରେ ଫାଇନାଲ୍‌ରେ ପ୍ରବେଶ କରିଥିବା ଏହି ଶୀର୍ଷ ମାନ୍ୟତା ସର୍ବିଆ ତାରକା ଜୋକୋଭିକ ଶୁକ୍ରବାର ସେମିଫାଇନାଲ୍‌ରେ ସିଧାସଳଖ ୬-୦, ୬-୨, ୬-୨ ସେଟ୍‌ରେ ୨୮ ମାନ୍ୟତା ଫ୍ରାନ୍ସର ଲୁକାସ ପୌଲିଙ୍କୁ ପରାସ୍ତ କରିଥିଲେ। ଫଳରେ‌ ପୌଲିଙ୍କ ବିପକ୍ଷରେ ଜୋକୋଭିକ ଅପରାଜିତ ରହିଛନ୍ତି। ଉଭୟଙ୍କ ମଧ୍ୟରେ ୨୭ଥର ଭେଟ ହୋଇଥିଲେ ମଧ୍ୟ ସବୁଥର ପୌଲି ହିଁ ପରାଜିତ ହୋଇଛନ୍ତି। ରବିବାର ଫାଇନାଲ୍‌ରେ ୧୪ ଗ୍ରାଣ୍ଡ୍‌ ସ୍ଲାମ୍‌ ବିଜେତା ଜୋ‌କୋଭିକ ଦ୍ବିତୀୟ ମାନ୍ୟତା ସ୍ପେନ୍‌ର ‌ରାଫେଲ୍‌ ନାଦାଲଙ୍କୁ ଭେଟିବେ। ୭ ବର୍ଷର ବ୍ୟବଧାନ ପରେ ଉଭୟ ଅଷ୍ଟ୍ରେଲିଆନ୍‌ ଓପନ୍‌ରେ ଭେଟାଭେଟି ହେବେ। ୨୦୧୨ରେ ଜୋକୋଭିକ ଗ୍ରାଣ୍ଡ୍‌ ସ୍ଲାମ୍‌ ଇତିହାସରେ ସବୁଠୁ ଲମ୍ବା ସମୟ ଫାଇନାଲ୍‌ (୫ ଘଣ୍ଟା ୫୩ ମିନିଟ୍‌)ରେ ନାଦାଲଙ୍କୁ ହରାଇ ଟ୍ରଫି ହାତେଇଥିଲେ। ଏହି କୀର୍ତିମାନ ଏବେ ବି ଅତୁଟ ରହିଛି।

ସମ୍ବନ୍ଧିତ ଖବର