ନ୍ୟୁୟର୍କ: ବିଜେତା ନୋଭାକ ଜୋକୋଭିକ ଓ ଜର୍ମାନିର ଆଲେକ୍ଜାଣ୍ଡର ଭେରେଭ ଚଳିତ ୟୁଏସ୍ ଓପନ୍ ଟେନିସ୍ ପ୍ରତିଯୋଗିତାର ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ପୁରୁଷ ଏକକ ଦ୍ବିତୀୟ ରାଉଣ୍ଡ ମୁକାବିଲାରେ ଜୋକୋଭିକ୍ଙ୍କ ନିଜ ଦେଶର ପ୍ରତିଦ୍ବନ୍ଦ୍ବୀଙ୍କ ଲାସ୍ଲୋ ଜେରେ ଓହରି ଯାଇଥିଲେ। ଫଳରେ ଜୋ କୋଭିକ୍ ସହଜରେ ନିଜର ୨୫ତମ ଗ୍ରାଣ୍ଡ ସ୍ଲାମ୍ ଦିଗରେ ଗୋଟିଏ ପାଦ ଆଗକୁ ବଢ଼ାଇଥିଲେ।
ଏଥିସହ ଜୋକୋଭିକ୍ ପ୍ରଥମ ପୁରୁଷ ଖେଳାଳିଭାବେ ସମସ୍ତ ୪ ଗ୍ରାଣ୍ଡସ୍ଲାମ୍ ପ୍ରତିଯୋଗିତାରେ ୯୦ରୁ ଉର୍ଦ୍ଧ୍ବ ମ୍ୟାଚ୍ ଜିତିବାର ରେକର୍ଡ କରିଛନ୍ତି। ଅଷ୍ଟ୍ରେଲିଆନ୍ ଓପନ୍ରେ ୯୪, ଫ୍ରେଞ୍ଚ ଓପନ୍ରେ ୯୬, ୱିମ୍ବଲଡନ୍ରେ ୯୭ ମ୍ୟାଚ୍ ଜିତିସାରିଥିବା ଜୋକୋଭିକ୍ ଗୁରୁବାର ୟୁଏସ୍ ଓପନ୍ରେ ୯୦ତମ ବିଜୟ ପାଇଛନ୍ତି।
ଭେରେଭ ୬-୪, ୭-୬, ୬-୧ ସେଟ୍ରେ ଫ୍ରାନ୍ସର ଆଲେକ୍ଜାଣ୍ଡର ମୁଲେରଙ୍କୁ ହରାଇଥିଲେ। ତେବେ ଆନ୍ଦ୍ରେ ରୁବଲେଭ ୬-୪, ୭-୫, ୧-୬, ୨-୬, ୨-୬ ସେଟ୍ରେ ଆର୍ଥର ରିଣ୍ଡରକନେଚ୍ଙ୍କଠୁ ହାରି ବିଦାୟ ନେଇଛନ୍ତି। କାଜାଖସ୍ତାନର ଆଲେକ୍ଜାଣ୍ଡର ସେଭଚେଙ୍କୋ ଆହତ ଯୋଗୁଁ ଓହରି ଯିବାରୁ ଆମେରିକାର ଫ୍ରାନ୍ସିସ୍ ତିଆଫୋଏ ପରବର୍ତ୍ତୀ ରାଉଣ୍ଡରେ ପହଞ୍ଚିଛନ୍ତି। ମହିଳା ଏକକରେ ବେଲାରୁଷରେ ଆରିନା ସାବାଲେଙ୍କା ଓ ଆମେରିକାର କୋକୋ ଗଫ୍ ତୃତୀୟ ରାଉଣ୍ଡରେ ପହଞ୍ଚିଛନ୍ତି।