ପ୍ରଥମ ଥର ଜାପାନ ଓପନ୍‌ ଜିତିଲେ ଜୋକୋଭିକ୍‌

ଟୋକିଓ : ବିଶ୍ବ ମାନ୍ୟତାର ଶୀର୍ଷ ନୋଭାକ୍‌ ଜୋକୋଭିକ୍‌ ପ୍ରଥମ ଥର ଲାଗି ଜାପାନ ଓପନ୍‌ ବିଜେତା ହୋଇଛନ୍ତି। ଏହି ସର୍ବିଆ ତାରକା ରବିବାର ପୁରୁଷ ଏକକ ଫାଇନାଲ୍‌ରେ ଅଷ୍ଟ୍ରେଲିଆର ଜନ୍‌ ମିଲ୍‌ମାନ୍‌ଙ୍କୁ ସିଧାସଳଖ -୩ ଓ ୬-୨ ସେଟ୍‌ରେ ପରାସ୍ତ କରି ଟ୍ରଫି କବ୍‌ଜା କରିଛନ୍ତି। କାନ୍ଧ ଜନିତ ଆଘାତ ଯୋଗୁଁ ୟୁଏସ୍‌ ଓପନ୍‌ ଚତୁର୍ଥ ରାଉଣ୍ଡରୁ ଓହରି ଯାଇଥିବା ଜୋକୋଭିକ୍‌ ଏଥି ସହିତ ଟ୍ରଫି ହାସଲ ଧାରାକୁ ଫେରିଛନ୍ତି। ଏହା ତାଙ୍କର ମୋଟ ୭୬ତମ ଟ୍ରଫି। ପୁଣି କୌଣସି ପ୍ରତିଯୋଗିତାରେ ପଦାର୍ପଣ କରି ଜୋକୋଭିକ୍‌ ଦଶମ ଥର ଟ୍ରଫି ଜିତିଲେ। ଏବେ ଜୋକୋଭିକ୍‌ଙ୍କ ଲକ୍ଷ୍ୟ ବର୍ଷ ଶେଷ ଏଟିପି ଫାଇନାଲ୍‌ସ ଉପରେ ରହିଛି। ଏହି ପ୍ରତିଯୋଗିତା ଲଣ୍ଡନରେ ଆସନ୍ତା ମାସରେ ଖେଳାଯିବ।

ସମ୍ବନ୍ଧିତ ଖବର