ପିଙ୍ଗ୍ଚାଙ୍ଗ୍ (ଦକ୍ଷିଣ କୋରିଆ): ଓ୍ଵିମ୍ବଲ୍ଡନ୍ ବିଜୟ ପରେ ସର୍ବିୟା ତାରକା ନୋଭାକ ଜୋକୋଭିକ୍ ସୋମବାର ପ୍ରକାଶିତ ଏଟିପି ମାନ୍ୟତାର ଶୀର୍ଷ ୧୦କୁ ଫେରିଛନ୍ତି। ୨୧ତମ ମାନ୍ୟତାରେ ଥିବା ଏହି ୧୩ ଗ୍ରାଣ୍ଡ୍ସ୍ଲାମ୍ ବିଜେତା ୧୧ ମାନ୍ୟତା ଉପରକୁ ଉଠି ଦଶମରେ ରହିଛନ୍ତି। ଶେଷ ଥର ଲାଗି ସେ ୨୦୧୭ ଅକ୍ଟୋବରରେ ଶୀର୍ଷ ୧୦ ମଧ୍ୟରେ ଥିଲେ। ଉପବିଜେତା ଦକ୍ଷିଣ ଆଫ୍ରିକାର କେଭିନ୍ ଆଣ୍ଡରସନ୍ ଅଷ୍ଟମରୁ ପଞ୍ଚମକୁ ଆସିଛନ୍ତି। ସେମିଫାଇନାଲ୍ରୁ ବିଦାୟ ନେଇଥିବା ରାଫେଲ୍ ନାଦାଲ୍ ପୂର୍ବ ପରି ଶୀର୍ଷ ସ୍ଥାନ ବଜାୟ ରଖିଥିଲା ବେଳେ ରୋଜର ଫେଡେରର୍ ଦ୍ୱିତୀୟରେ ରହିଛନ୍ତି। ଆଲେକ୍ଜାଣ୍ଡର ଭେରଭ୍ ତୃତୀୟ, ଜୁଆନ୍ ମାର୍ଟିନ୍ ଡେଲ୍ପୋଟ୍ରୋ ଚତୁର୍ଥରେ ରହିଥିଲା ବେଳେ ଗ୍ରିଗର ଦିମିତ୍ରୋଭ, ମାରିନ୍ ସିଲିକ୍, ଜନ୍ ଇଜ୍ନର ଏବଂ ଡୋମିନିକ୍ ଥିମ୍ ଯଥାକ୍ରମେ ଷଷ୍ଠରୁ ନବମସ୍ଥାନରେ ରହିଛନ୍ତି।
ମହିଳା ମାନ୍ୟତାରେ ସିମୋନା ହାଲେପ୍ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ଓ୍ଵିମ୍ବଲ୍ଡନ୍ ବିଜୟିନୀ ପରେ ଆଞ୍ଜେଲିକ୍ କେର୍ବର ୬ ସ୍ଥାନ ଉପରକୁ ଉଠି ଚତୁର୍ଥରେ ପହଞ୍ଚିଛନ୍ତି। ଉପବିଜୟିନୀ ସେରେନା ଓ୍ଵିଲିୟମ୍ସ ଚର୍ତୁଦଶ ସ୍ଥାନରେ ଥିଲା ବେଳେ କାରୋଲିନା ଓ୍ଵଜନିଆକି ଦ୍ୱିତୀୟ ଏବଂ ସ୍ଲୋଆନେ ଷ୍ଟିଫେନ୍ସ ତୃତୀୟରେ ଅଛନ୍ତି।
ଜୋକୋଭିକ୍ ଶୀର୍ଷ ୧୦କୁ ଫେରିଲେ
/sambad/media/post_attachments/wp-content/uploads/2018/07/jacovik.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)