ସିଲି ପଏଣ୍ଟ୍‌ : ଗଙ୍ଗାରେ ବୁଡ଼ ପକାଇଲେ ରୋଡ୍‌ସ

‘କୁଂଫୁ ପାଣ୍ଡ୍ୟା’ଙ୍କୁ ନତାସାଙ୍କ ପ୍ରଶଂସା

ଋଷିକେଶ : ପୂର୍ବତନ ଦକ୍ଷିଣ ଆଫ୍ରିକୀୟ କ୍ରିକେଟର୍‌ ଜଣ୍ଟି ରୋଡ୍‌ସ ସଂପ୍ରତି ଭାରତରେ ପରିବାର ସହ ଛୁଟି କାଟୁଛନ୍ତି। ଏହି ଅବସରରେ ସେ ବୁଧବାର ଋଷିକେଶସ୍ଥିତ ପବିତ୍ର ଗଙ୍ଗା ନଦୀରେ ବୁଡ଼ ପକାଇଛନ୍ତି। ଗଙ୍ଗାରେ ଗାଧୋଉଥିବା ବେଳର ଏକ ଫଟୋକୁ ଜଣ୍ଟି ନିଜ ଟ୍ବିଟର୍‌ ପୃଷ୍ଠାରେ ପ୍ରକାଶ କରିଛନ୍ତି। ପବିତ୍ର ଗଙ୍ଗାର ଶୀତଳ ଜଳରେ ବୁଡ଼ ପକାଇ ଭୌତିକ ଓ ଆଧ୍ୟାତ୍ମିକ ଲାଭ ମିଳିଲା ବୋଲି ଏହାର ଶିରୋନାମା ରଖିଥିଲେ। ଏହି ଫୋଟୋ ଛାଡ଼ିବା ପରେ ଭାରତୀୟ ଭେଟେରାନ ସ୍ପିନର ହରଭଜନ ସିଂହ ଏହା ଉପରେ ନିଜର ମତ ରଖି ଲେଖିଛନ୍ତି, ‘ଆପଣ ମୋ’ଠୁ ଅଧିକ ଭାରତ ଦେଖିଛ ସାଙ୍ଗ, ପବିତ୍ର ଗଙ୍ଗାରେ ବୁଡ଼ ପକାଇବା ଦେଖି ଖୁସି ଲାଗିଲା। ଆଗାମୀ ଥର ମୋତେ ସାଙ୍ଗରେ ନେବ।’

NDTV Sports

‘କୁଂଫୁ ପାଣ୍ଡ୍ୟା’ଙ୍କୁ ନତାସାଙ୍କ ପ୍ରଶଂସା
ମୁମ୍ବାଇ : ପିଠି ଯନ୍ତ୍ରଣାରୁ ମୁକୁଳିବା ପରେ ଭାରତୀୟ ଅଲ୍‌ରାଉଣ୍ଡର ହାର୍ଦିକ ପାଣ୍ଡ୍ୟାଙ୍କୁ ମୁମ୍ବାଇରେ ଆୟୋଜିତ ଡିୱାଇ ପାଟିଲ ଟ୍ବେଣ୍ଟି-୨୦ ପ୍ରତିଯୋଗିତାରେ ଦେଖିବାକୁ ମିଳିଥିଲା। ‌ଏହି ପ୍ରତି‌ଯୋଗିତାରେ ସେ ୩୭ ବଲ୍‌ରେ ଶତକ ହାସଲ କରିଥିଲେ। ଶତକ ହାସଲ ପରେ ହାର୍ଦିକଙ୍କୁ ତାଙ୍କ ଭାବୀ ପତ୍ନୀ ସର୍ବିଆ ଅଭିନେତ୍ରୀ ନତାସା ‌ଷ୍ଟା‌‌‌ଙ୍କୋଭିକ ପ୍ରଶଂସାରେ ପୋତି ପକାଇଛନ୍ତି। ନିଜ ଇନ୍‌ଷ୍ଟାଗ୍ରାମ ପୃଷ୍ଠାରେ ହାର୍ଦିକଙ୍କ ଫଟୋ ପ୍ରକାଶ କରି ଲେଖିଛନ୍ତି, ୩୭ ବଲ୍‌ରେ ଶତକ ‘କୁଂଫୁ ପାଣ୍ଡ୍ୟା’। ମାରାତ୍ମକ ହିଟର ପୁଣି ନିଜ କାମକୁ ଫେରିଲେ। ଏଥିସହ ‌ସେ କିଛି ସିଂହ’ର ଇମୋଜିକୁ ଧାଡ଼ିରେ ରଖିବା ସହ ‘ମୋ ହୃଦୟ ପୂର୍ଣ୍ଣ’ ବୋଲି ମଧ୍ୟ ନତାସା ଲେଖିଛନ୍ତି। ସୂଚନା‌ଯୋଗ୍ୟ ଯେ ହାର୍ଦିକ ଚଳିତ ବର୍ଷ ଜାନୁଆରି ୧ ତାରିଖରେ ନତାସାଙ୍କ ନିର୍ବନ୍ଧ ବିଷୟରେ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର