ନ୍ୟୁୟର୍କ : କିଂବଦନ୍ତି ବାସ୍କେଟ୍ବଲ୍ ତାରକା ମାଇକେଲ ଜୋର୍ଡାନଙ୍କ ଏକ ଖେଳ ପରିହିତ ଜୋତା ୬୧୫,୦୦୦ ଡଲାର ଅଥବା ଭାରତୀୟ ମୂଦ୍ରାରେ ପ୍ରାୟ ୪ କୋଟି ୬୧ ଲକ୍ଷ ଟଙ୍କାରେ ନିଲାମ ହୋଇଛି। ଯାହା ଏକ ରେକର୍ଡ ବୋଲି ଗୁରୁବାର କ୍ରିଷ୍ଟିଙ୍କ ନିଲାମ ଘର ପକ୍ଷରୁ କୁହାଯାଇଛି। ଏହି ଜୋତାକୁ ଏନ୍ବିଏ ମେଗାଷ୍ଟାର ଜୋର୍ଡାନ୍ ୧୯୮୫ ମସିହାରେ ଇଟାଲିରେ ଖେଳାଯାଇଥିବା ଏକ ପ୍ରଦର୍ଶନୀ ମ୍ୟାଚ୍ରେ ପିନ୍ଧି ଥିଲେ। ଏହି ଜୋତା ପିନ୍ଧି ଜୋର୍ଡାନ ବଲ୍କୁ ଏଭଳି ମାରିଥିଲେ ଯେ ବ୍ୟାକ୍ବୋର୍ଡ କାଚ ଭାଙ୍ଗି ଯାଇଥିଲା। ୧୩.୫ ସାଇଜ୍ର ଏହି ଲାଲ-କଳା ରଙ୍ଗର ଜୋତାରେ ଜୋର୍ଡାନ୍ ୩୦ ପଏଣ୍ଟ୍ ଅର୍ଜନ କରିଥିଲେ। ଗତ ମେ ମାସରେ ବିକ୍ରି ହୋଇଥିବା ଅନ୍ୟ ଏକ ଜୋତାରୁ ୫୬୦,୦୦୦ ଡଲାର (୪ କୋଟି ୨୦ ଲକ୍ଷ ଟଙ୍କା) ମିଳିଥିଲା। ଯାହା ସେତେବେଳେ ମଧ୍ୟ ରେକର୍ଡ ମୂଲ୍ୟ ଥିଲା।
ଜୋର୍ଡାନଙ୍କ ଜୋତା ୫ କୋଟି ଟଙ୍କାରେ ବିକ୍ରି
/sambad/media/post_attachments/wp-content/uploads/2020/08/jpg-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)