ନୂଆଦିଲ୍ଲୀ: ଇଂଲଣ୍ଡର ବିସ୍ଫୋରକ ବ୍ୟାଟସ୍ମ୍ୟାନ ଜୋସ୍ ବଟଲରଙ୍କ ଆଶା ଯେ, ଭାରତ ବିରୋଧରେ ଆରମ୍ଭ ହେବାକୁ ଯାଉଥିବା ୫ଟି ଟେଷ୍ଟ ମ୍ୟାଚ୍ର ଶୃଙ୍ଖଳାରେ ଅଧିନାୟକ ବିରାଟ କୋହଲିଙ୍କ ଠାରୁ ପ୍ରେରଣା ନେବେ ଓ ଆଇପିଏଲ୍ରୁ ପାଇଥିବା ଅଭିଜ୍ଞତାକୁ ବ୍ୟବହାର କରିବେ। ବଟଲର ଓଭାଲରେ ସାମ୍ବାଦିକମାନଙ୍କୁ କହିଛନ୍ତି, ବିରାଟ କୋହଲି ଜଣେ ପ୍ରଭାବଶାଳୀ ଖେଳାଳି। ତାଙ୍କୁ ଦେଖିଲେ ସବୁବେଳେ ଶୀର୍ଷ ସ୍ଥାନରେ ରହିବାର ମାନସିକତା ଆସିଥାଏ। କାରଣ ବିରାଟ କୋହଲି ଅଧିକାଂଶ ସମୟରେ ସଠିକ ନିଷ୍ପତ୍ତି ନେଇଥାନ୍ତି। ତାଙ୍କୁ କୌଶଳ ଜଣା ଅଛି।
ବଟଲର କହିଛନ୍ତି, ସଫଳତା ପାଇଁ ଭୋକରେ ଥିବା ବିରାଟ କୋହଲି ସବୁଦିନେ କିଛି ନୂଆ କରିବାକୁ ରୁଚି ରଖିଥାନ୍ତି। ଏଥି ପାଇଁ ସେ ସଫଳତା ହାସଲ କରୁଛନ୍ତି। ଆଇପିଏଲର ଏହି ସଂସ୍କରଣରେ ରାଜସ୍ଥାନ ରୋୟାଲସ୍ ତରଫରୁ ୫୪୮ ରନ୍ ସଂଗ୍ରହ କରିଥିବା ବଟଲର କହିଛନ୍ତି, ଆଇପିଏଲରେ ମୁଁ ଯାହା ଶିଖିଛି, ତାହା ଥିଲା ଜଣେ ସର୍ବଶ୍ରେଷ୍ଠ ଖେଳାଳିଙ୍କ ସଫଳତା ହାସଲ କରିବା ପାଇଁ କ’ଣ କରାଯିବାର ଆବଶ୍ୟକତା ରହିଛି ଓ ଶେଷରେ ସର୍ବଶ୍ରେଷ୍ଠ ଖେଳାଳି କ’ଣ?
/sambad/media/post_attachments/wp-content/uploads/2018/07/jos-buttler.jpg)
ସେ କହିଛନ୍ତି, ବିରାଟଙ୍କ ମାନସିକତା ଭିନ୍ନ ଅଟେ। ସେ ପ୍ରତ୍ୟେକ ମ୍ୟାଚ୍କୁ ଜିତିବାର ମାନସିକତା ରଖିଥାନ୍ତି ଓ ସେ ସବୁବେଳେ ଏମିତି କରନ୍ତି। ମୁଁ ଏହି ଖେଳାଳିଙ୍କ ଅଭ୍ୟାସ ଶୈଳୀ ଓ ମ୍ୟାଚ ଚାପରେ ଥିବା ବେଳେ କ’ଣ କରାଯାଇ ଥାଏ ତଥା ଆହୁରି ଅନେକ ଅଜଣା କଥା ଶିଖିଛି। ଆଇପିଏଲ୍ରେ ସଫଳତା ପରେ ବଟଲର ଟେଷ୍ଟ କ୍ରିକେଟ୍କୁ ଫେରିଛନ୍ତି ଓ ପାକିସ୍ତାନ ବିରୋଧରେ ୧-୧ ଡ୍ର କରିଥିବା ଇଂଲଣ୍ଡ ପାଇଁ କ୍ରମାଗତ ଭାବେ ୨ଟି ଅର୍ଦ୍ଧଶତକ ହାସଲ କରିଛନ୍ତି।
ବଟଲର୍ଙ୍କ ଟେଷ୍ଟ କ୍ରିକେଟ୍ରେ ସର୍ବୋଚ୍ଚ ସ୍କୋର ହେଉଛି ୮୫ ରନ୍, ଯାହାକୁ ସେ, ଭାରତ ବିରୋଧରେ ପଦାର୍ପଣ ମ୍ୟାଚ୍ରେ ସେ ହାସଲ କରିଥିଲେ। ଏଜବେଷ୍ଟନରେ ପ୍ରଥମ ଟେଷ୍ଟରେ ନିଜର ପ୍ରଥମ ଶତକ ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି। ବଟଲର କହିଛନ୍ତି, ଏହା ମୋର ଲକ୍ଷ୍ୟ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/buutlor.jpeg)