ପୂର୍ବ ବିଜୟିନୀ ଜ୍ୟୋତ୍ସ୍ନା ଚିନାପ୍ପା ଓ ଦୀପିକା ପାଲିକଲ୍ କାର୍ତିକ ଚଳିତ ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦକ ତାଲିକାରେ ଭାରତ ପାଇଁ ରୌପ୍ୟ ପଦକ ଯୋଡ଼ିଥିଲେ। ରବିବାର ଶେଷ ଦିନରେ ସ୍କ୍ଵାସ୍ ମହିଳା ଯୁଗଳ ସ୍ୱର୍ଣ୍ଣ ମୁକାବିଲାରେ ଏହି ଭାରତୀୟ ଯୋଡ଼ି ନ୍ୟୁଜିଲାଣ୍ଡ୍ ଯୋଡ଼ି ଜୋଏଲ୍ କିଙ୍ଗ୍ ଓ ଅମାନ୍ଦା ଲାଣ୍ଡର୍ସ ମର୍ଫିଙ୍କ ନିକଟରୁ ୦-୨ରେ ହାରିଗଲେ। ଫଳରେ ୪ ବର୍ଷ ତଳେ ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ଜିତି ଇତିହାସ ରଚିଥିବା ଜ୍ୟୋତ୍ସ୍ନା-ଦୀପିକା ଏଥର ୯-୧୧ ଓ ୮-୧୧ରେ ହାରି ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଲେ। ଗତ ଶନିବାର ମିଶ୍ରିତ ଯୁଗଳରେ ସୌରଭ ଘୋଷାଲଙ୍କ ସହ ୨୬ ବର୍ଷ ବୟସ୍କା ଦୀପିକା ମଧ୍ୟ ରୌପ୍ୟ ପଦକ ହାସଲ କରିଥିଲେ।
ଜ୍ୟୋତ୍ସ୍ନା-ଦୀପିକାଙ୍କୁ ସ୍କ୍ଵାସ୍ ରୌପ୍ୟ
/sambad/media/post_attachments/wp-content/uploads/2018/04/9-Joshna-Chinappa-and-Dipika-Pallikal-won-the-women’s-doubles-silver..jpg)