ପ୍ୟାରିସ୍: ପ୍ୟାରିସ୍ ଅଲିମ୍ପିକ୍ସରେ ନୀରଜ ଚୋପ୍ରା ରୌପ୍ୟ ପଦକ ଜିତି ନୂଆ ଇତିହାସ ରଚିଛନ୍ତି। ସ୍ବାଧୀନ ଭାରତର ପ୍ରଥମ ଆଥ୍ଲେଟ୍ ଭାବେ ଦୁଇ ପଦକ (ଟୋକିଓ-ସ୍ବର୍ଣ୍ଣ, ପ୍ୟାରିସ୍-ରୌପ୍ୟ) ଜିତି ସେ ଗୌରବ ରଚିଛନ୍ତି।
ନିକଟରେ ନୀରଜଙ୍କୁ ଜଣେ ସାମ୍ବାଦିକ କହିଥିଲେ, ‘ସାର ଇଂରାଜୀରେ ଉତ୍ତର ଦିଅନ୍ତୁ। ଏହାପରେ ନୀରଜ ଇଂରାଜୀରେ ତାଙ୍କର ପ୍ରତିକ୍ରିୟା ରଖି ସାମ୍ବାଦିକଙ୍କ ମୁହଁ ଚୁପ କରାଇ ଦେଇଥିଲେ।
ଅଲିମ୍ପିକ୍ସରେ ରୁପା ପଦକ ଜିତିବା ପରେ ନୀରଜ ଚୋପ୍ରା, ସୁନା ପଦକ ବିଜେତା ଅର୍ଶଦ ନଦିମ ଓ ଗ୍ରେନାଡାର ଏଣ୍ଡରସନ ପିଟରସନ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ଭୋଧିତ କରୁଥିଲେ।
ଏହି ସମୟରେ ଜଣେ ସାମ୍ବାଦିକ ନୀରଜ ଓ ଅର୍ଶଦଙ୍କୁ ଭାରତ ଓ ପାକିସ୍ତାନର ପ୍ରତିଦ୍ବନ୍ଦିତାକୁ ନେଇ ପ୍ରଶ୍ନ ପଚାରିଥିଲେ।
ଏହି ପ୍ରଶ୍ନ ଶୁଣିବା ପରେ ଅର୍ଶଦ ପ୍ରଥମେ ନିଜର ପ୍ରତିକ୍ରିୟା ଦେଇଥିଲେ। ଏହାପରେ ନୀରଜ ହିନ୍ଦୀରେ ନିଜର କହିବା ଆରମ୍ଭ କରିବା ସମୟରେ ସାମ୍ବାଦିକ ସମ୍ମିଳନୀରେ ବସିଥିବା ଜଣେ ସାମ୍ବାଦିକ ନୀରଜଙ୍କୁ ଇଂରାଜୀରେ ଉତ୍ତର ଦେବାକୁ କହିଥିଲେ।
ଏହାପରେ ନୀରଜ ସାମ୍ବାଦିକଙ୍କ ଏହି କଥାକୁ ହାର୍ଡ ଜୋକ କହି ନିଜର ପ୍ରତିକ୍ରିୟାକୁ ଇଂରାଜୀରେ ଦେଇଥିଲେ। ତେବେ ଏମିତି ଏକ ଘଟଣା ୨୦୧୯ରେ ଇଣ୍ଡିଆନ ସ୍ପୋର୍ଟସ ଷ୍ଟାର ଆୱାର୍ଡ କାର୍ଯ୍ୟକ୍ରମରେ ଘଟିଥିଲା। ଏଠାରେ ଲୋକପ୍ରିୟ ଉପସ୍ଥାପକ ଜତିନ ସପ୍ରୁଙ୍କ ମୁହଁ ନୀରଜ ଚୁପ କରାଇ ଦେଇଥିଲେ। ଜତିନ ସପ୍ରୁ ନୀରଜଙ୍କୁ ଇଂରାଜୀରେ କିଛି ପ୍ରଶ୍ନ ପଚାରିଥିଲେ । ଯାହାକୁ ଶୁଣିବା ପରେ ନୀରଜ କହିଥିଲେ ଦୟାକରି ହିନ୍ଦୀରେ ପଚାରନ୍ତୁ।
ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ନୀରଜ ଚୋପ୍ରାଙ୍କ ପ୍ରଶଂସକଙ୍କ ମଧ୍ୟରେ ଅହେତୁକ ବୃଦ୍ଧି ଘଟିଛି । ଏହା ସହିତ ତାଙ୍କର ନିଟ୍ ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି । ସେ ଦେଶର ସବୁଠାରୁ ଧନୀ ଆଥଲେଟମାନଙ୍କ ମଧ୍ୟରୁ ଜଣେ ।