ନୂଆଦିଲ୍ଲୀ : ଭାରତୀୟ ଅଲିମ୍ପିକ୍ ସମିତି (ଆଇଓସି) ଦେଶର ଟୋକିଓ ଅଲିମ୍ପିକ୍ସ ଦଳ ଲାଗି ଆଉ ଏକ ପ୍ରାୟୋଜକ ଭାବେ ଜେଏସ୍ଡବ୍ଲ୍ୟୁ ଗ୍ରୁପ୍ ସହ ଚୁକ୍ତି କରିଛି। ଇଣ୍ଡିଆନ୍ ସୁପର ଲିଗ୍ ବେଙ୍ଗାଲୁରୁ ଏଫ୍ସି ମାଲିକ ଜେଏସ୍ଡବ୍ଲ୍ୟୁ ଗ୍ରୁପ୍ ଆଇଓସିକୁ ପ୍ରାୟୋଜକ ବାବଦରେ ୧ କୋଟି ଟଙ୍କା ଦେବ ବୋଲି ରାଜି ହୋଇଛି। ‘‘ଆମେ ଖୁସିର ସହ ଆପଣମାନଙ୍କୁ ଜଣାଇବାକୁ ଚାହୁଁଛୁ ଟୋକଓ ଅଲିମ୍ପିକ୍ସ ଲାଗି ଆମକୁ ଆଉ ଏକ ପ୍ରାୟୋଜକ ମିଳିଯାଇଛି। ଜେଏସ୍ଡବ୍ଲ୍ୟୁ ପ୍ରାୟୋଜକ ହେବାକୁ ରାଜି ହୋଇଛି। ଜେଏସ୍ଡବ୍ଲ୍ୟୁ ସିଇଓ ପାର୍ଥ ଜିନ୍ଦଲ ପ୍ରାୟୋଜକ ବାବଦରେ ୧ କୋଟି ଦେବେ ବୋଲି ନିଶ୍ଚିତ କରିଛନ୍ତି’’ ବୋଲି ଆଇଓଏ ସଭାପତି ନରିନ୍ଦର ବାତ୍ରା ଏବଂ ମହାସଚିବ ରାଜୀବ ମେହତା ଏକ ମିଳିତ ବିବୃତିରେ କହିଛନ୍ତି। ଗୁରୁବାର ଆଇଓଏ ମୋବାଇଲ ଗେମିଂ ପ୍ଲାଟ୍ଫର୍ମ ଏମ୍ପିଏଲ୍ ସ୍ପୋର୍ଟ୍ସ ଫାଉଣ୍ଡେସନ୍ ଟୋକିଓ ଅଲିମ୍ପିକ୍ସ ସହ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ଦଳର ମୂଳ ପ୍ରାୟୋଜକ ହେବ ବୋଲି ଆଇଓ ସୂଚନା ଦେଇଥିଲା। ଏମ୍ପିଏଲ୍ ସହିତ ସଂଘର ଦେଢ଼ ବର୍ଷ ପାଇଁ ଏହି ଚୁକ୍ତି ହୋଇଛି। ଯାହା ଆସନ୍ତା ବର୍ଷ ଡିସେମ୍ବର ୩୧ରେ ସରିବ। ଏଥିଲାଗି ଏମ୍ପିଏଲ୍ ୮ କୋଟି ଟଙ୍କା ଦେବ। ଜୁଲାଇ ୨୩ରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ବହୁରାଷ୍ଟ୍ରୀୟ ପ୍ରତିଯୋଗିତା ପାଇଁ ଆଇଓଏ ମଧ୍ୟ ଦୁଗ୍ଧ କମ୍ପାନି ଅମୁଲ ସହ ଚୁକ୍ତି କରିଛି। ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ଦଳର ଅଫିସିଆଲ୍ କିଟ୍ ପ୍ରଯୋଜକ ଥିବା ଚୀନ୍ କ୍ରୀଡ଼ା ପୋଷାକ ବ୍ରାଣ୍ଡ ଲି ନିଙ୍ଗଙ୍କୁ ଛାଡ଼ିବାର କିଛି ଦିନ ପରେ ଆଇଓଏ ଏହି ସବୁ ଚୁକ୍ତି କରିଛି।
ଟୋକିଓ ଅଲିମ୍ପିକ୍ସ ଲାଗି ଭାରତୀୟ ଦଳର ପ୍ରାୟୋଜକ ହେବ ଜେଏସ୍ଡବ୍ଲ୍ୟୁ
/sambad/media/post_attachments/wp-content/uploads/2021/06/he-JSW-group-has-pledged-a-sponsor-amount-of-Rs-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)