ନୂଆଦିଲ୍ଲୀ: ଭାରତୀୟ ଜୁଡୋ ଖେଳାଳି ସୁଶୀଳା ଦେବୀ (୪୮ କେଜି)ଙ୍କ ଅଲିମ୍ପିକ୍ସ ଟିକେଟ୍ ପ୍ରାୟ ନିଶ୍ଚିତ ହୋଇଛି। ବୁଦାପେଷ୍ଟରେ ଚାଲିଥିବା ବିଶ୍ବ ପ୍ରତିଯୋଗିତାର ପ୍ରଥମ ରାଉଣ୍ଡରେ ହାରିଥିବା ସୁଶୀଳାଙ୍କ ପଏଣ୍ଟ ୯୮୯ ରହିଛି। ଯାହା ଏସୀୟ ମାନ୍ୟତାର ସପ୍ତମ। ଏସୀୟ ମାନ୍ୟତାରେ ଶୀର୍ଷ ୧୦ ଖେଳାଳିଙ୍କୁ ଅଲିମ୍ପିକ୍ସ ଟିକେଟ୍ ମିଳିବ। ଫଳରେ ସୁଶୀଳାଙ୍କ ଏସୀୟ ମାନ୍ୟତା ଅନୁଯାୟୀ ଏହା ପ୍ରାୟ ନିଶ୍ଚିତ ଅଛି। ହେଲେ ଜୁନ୍ ୨୮ ତାରିଖରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବା ପରେ ଏହା ସ୍ପଷ୍ଟ ହେବ। ‘‘ଅନ୍ତର୍ଜାତୀୟ ଜୁଡୋ ମହାସଂଘ ତାଲିକା ଆଗକୁ ବଦଳିପାରେ ଏବଂ ଜୁନ୍ ୨୮ ପରେ ହିଁ ନିଶ୍ଚିତ ହେବ। ତେଣୁ, ମୁଁ ନିଶ୍ଚିତ ଭାବରେ କହି ପାରିବିନି ଯେ ସୁଶୀଳା ଯୋଗ୍ୟତା ଅର୍ଜନ କରିଛନ୍ତି। ଜୁନ୍ ୧୩ରେ ବିଶ୍ୱ ପ୍ରତିଯୋଗିତା ଶେଷ ହେବା ପରେ ଆମେ ଜାଣିପାରିବା। ଏବେ ଚାଲିଥିବା ବିଶ୍ୱ ପ୍ରତିଯୋଗିତାରେ କୌଣସି ଅଲିମ୍ପିକ୍ ଯୋଗ୍ୟତା ଇଭେଣ୍ଟ ନାହିଁ। ଭାରତ କେବଳ ଗୋଟିଏ କୋଟା ପାଇବ। ସୁଶୀଳା ଲିକମାବମ୍ (ମହିଳା ୪୮ କେଜିରୁ କମ୍) ଏବଂ ଜସଲିନ୍ (ପୁରୁଷ ୬୬ କେଜିରୁ କମ୍) ମଧ୍ୟରେ ଜଣେ’ ବୋଲି ଭାରତୀୟ ଜୁଡୋ ମହାସଂଘର ଜଣେ ଅଧିକାରୀ କହିଛନ୍ତି।
ଟୋକିଓ ଅଲିମ୍ପିକ୍ସ: ୪୬ ଦିନିଆ ଅବଗଣନା, ଜୁଡୋକା ସୁଶୀଳାଙ୍କୁ ଅଲିମ୍ପିକ୍ସ ଟିକେଟ୍
/sambad/media/post_attachments/wp-content/uploads/2021/06/54f564h564fsh564sf586h4fs8hsfffffffffffffffffffffffffffffff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)