ଭୁବନେଶ୍ବର : ପୁନେରେ ଚାଲିଥିବା ଅଲଟିମେଟ୍ ଖୋ ଖୋ ଲିଗ୍ରେ ଓଡ଼ିଶା ଜଗରନଟ୍ସର ଜବରଦସ୍ତ ବିଜୟ ଧାରା ଜାରି ରହିଛି। ଶ୍ରୀ ଶିବଛତ୍ରପତି ସ୍ପୋର୍ଟସ କଂପ୍ଲେକ୍ସରେ ରବିବାର ଖେଳାଯାଇଥିବା ମ୍ୟାଚ୍ରେ ଓଡ଼ିଶା ଦଳ ୪୮-୩୯ ସ୍କୋର୍ ଲାଇନ୍ରେ ତେଲଗୁ ଯୋଦ୍ଧାସଙ୍କୁ ପରାସ୍ତ କରିଛି। ସୁରଜ ଲାଡେଙ୍କ ଆଟାକ୍ ଏବଂ ବିଶାଲଙ୍କ ରକ୍ଷଣଭାଗ ପ୍ରଦର୍ଶନ ବଳରେ ଓଡ଼ିଶା ଲଗାତାର ଷଷ୍ଠ ବିଜୟ ହାସଲ କରିଛି। ପ୍ଲେ ଅଫ୍ ଯୋଗ୍ୟତା ଅର୍ଜନ କରିସାରିଥିବା ଓଡ଼ିଶା ଦଳ ଅଷ୍ଟମରୁ ସପ୍ତମ ବିଜୟ ହାସଲ କରି ୨୧ ପଏଣ୍ଟ ସହ ଟେବୁଲ୍ ଶୀର୍ଷରେ ରହିଛି। ଗୁଜରାଟ ଜାଏଣ୍ଟସ ୪ ପଏଣ୍ଟ କମ ସହ ଦ୍ବିତୀୟରେ ରହିଛି। ରବିବାର ସୁବାଶିଷ ସାନ୍ତ୍ରା ଓ ଏମ୍କେ ଗୌତମ ଓଡ଼ିଶା ପାଇଁ ଅନ୍ୟତମ ଶ୍ରେଷ୍ଠ ପ୍ରଦର୍ଶକ ରହିଥିଲେ।
ଅଲଟିମେଟ୍ ଖୋ ଖୋ ଲିଗ୍ରେ ଓଡ଼ିଶା ଜଗରନଟ୍ସର ଜବରଦସ୍ତ ବିଜୟ ଜାରି
/sambad/media/post_attachments/wp-content/uploads/2022/08/kho-kho-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)