ନୂଆଦିଲ୍ଲୀ : ଆଇପିଏଲ୍‌-୧୧ ପାଇଁ ଦୁଇ ଦିନ ଧରି ଚାଲିଥିବା ଖେଳାଳି ନିଲାମୀ ଗତ କାଲି ଶେଷ ହୋଇଛି। ଏହି ନିଲାମୀରେ ପ୍ରୀତି ଜିଣ୍ଟା ଓ ଜୁହି ଚାଓ୍ଵାଲାଙ୍କ ଭଳି ବଲିଉଡର ଅନେକ ବଡ଼ ବଡ଼ କଳାକାର ଦେଖାଯାଇଥିଲେ । ଏତେ ବିଶିଷ୍ଟ କଳାକାର ଥିଲେ ମଧ୍ୟ ଆର୍କଷଣର କେନ୍ଦ୍ର ପାଲିଟିଥିଲେ ୧୬ ବର୍ଷିୟା ଜାହ୍ନବୀ ମେହେତା ।

Advertisment

ଆଇପିଏଲ ୨୦୧୮ର ଅକ୍ସନ ଟେବୁଲରେ ଉପସ୍ଥିତ ଥିଲେ ଜାହ୍ନବୀ ମେହେତା ।ନିଲାମୀରେ ସେ କୋଲକାତା ନାଇଟ ରାଇଡର୍ସ ମ୍ୟାନେଜମେଣ୍ଟର ଏକ ପ୍ରମୁଖ ସଦସ୍ୟ ଭାବେ ଉପସ୍ଥିତ ଥିଲେ। ବର୍ତ୍ତମାନ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ପ୍ରକୃତରେ କିଏ ହେଉଛନ୍ତି ଜାହ୍ନବୀ ମେହେତା । ତେବେ ସେ ଆଉ କିଏ ନୁହନ୍ତି ବରଂ ଅଭିନେତ୍ରୀ ଏବଂ କୋଲକତା ନାଇଟ ରାଇଡର୍ସର ସହ ନିର୍ଦ୍ଦେଶକ ଜୁହି ଚାଓ୍ଵାଲା ଏବଂ ଜୟ ମେହେତାଙ୍କ ଝିଅ ।

publive-image जनसत्ता

ଜାହ୍ନବୀ ଆଇପିଏଲ ଅକ୍ସନରେ ଉପସ୍ଥିତ ଥିବା ସବୁଠାରୁ କମ ବୟସର ସଦସ୍ୟ ଥିଲେ । କିଙ୍ଗ ଇଲେଭେନ ପଞ୍ଜାବର ସହ-ମାଲିକାଣୀ ପ୍ରୀତି ଜିଣ୍ଟା ମଧ୍ୟ ଜାହ୍ନବୀ ମେହେତାଙ୍କ ସହ ତାଙ୍କ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ଏବଂ କ୍ୟାପସନରେ ତାଙ୍କର ଅନେକ ପ୍ରଶଂସା ମଧ୍ୟ କରିଥିଲେ ।


୨୧ ଫେବୃଆରୀ ୨୦୦୧ରେ ଜନ୍ମ ଜାନଭୀଙ୍କୁ ଅନ୍ୟ ସିନେ ତାରକାଙ୍କ ସନ୍ତାନ ଭଳି ଚଳଚ୍ଚିତ୍ର ଦୁନିଆ ପ୍ରତି କୌଣସି ଆଗ୍ରହ ରହିନାହିଁ। ସେ ମୁମ୍ବାଇର ଧିରୁଭାଇ ଅମ୍ବାନୀ ବିଦ୍ୟାଳୟରେ ତାଙ୍କର ଦଶମ ଶ୍ରେଣୀ ଶେଷ କରିଛନ୍ତି । ବର୍ତ୍ତମାନ ସେ ଲଣ୍ଡନର ଚାଟର୍ଡ଼ ହାଉସ ସ୍ମଲରେ ଅଧ୍ୟୟନରତ ଥିବା ଜଣା ପଡ଼ିଛି।