ଭୁବନେଶ୍ବର: ଭାରତୀୟ ହକି ସହିତ ଜୁଲିଆ ରିଡ୍ ବେଶ ପରିଚିତ ଥିଲେ ବି ସାଧାରଣ ପ୍ରଶଂସକଙ୍କ ପାଇଁ ନିଶ୍ଚିତ ଅଜଣା ଅଶୁଣା ମହିଳା। ତାଙ୍କ ସାଙ୍ଗିଆ ନିଶ୍ଚିତ କରୁଛି ସେ ହେଉଛନ୍ତି ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଗ୍ରାହାମ ରିଡ୍ଙ୍କ ପତ୍ନୀ। ବିଶ୍ବକପ୍ ଭଳି ବଡ଼ ପ୍ରତିଯୋଗିତା ବେଳେ ଚାପରେ ରହୁଥିବା ଗ୍ରାହାମ୍ ରିଡଙ୍କୁ ସେ କେବଳ ପରିଚାଳନା କରୁନାହାନ୍ତି ଭାରତୀୟ ଦଳକୁ ମଧ୍ୟ ଉତ୍ସାହିତ କରୁଛନ୍ତି ବିଜୟ ପରେ ବିଜୟ ପାଇଁ। ଦୀର୍ଘ ୪ ବର୍ଷ ହେଲାଣି ଏହି ଅଷ୍ଟ୍ରେଲୀୟ ଦମ୍ପତି ଭାରତକୁ ଦ୍ବିତୀୟ ଘର ଭଳି ଗ୍ରହଣ କରିଛନ୍ତି। ଗ୍ରାହାମ୍ ଭାରତୀୟ ଦଳର ବିଭିନ୍ନ ଅନ୍ତର୍ଜାତୀୟ ପ୍ରତିଯୋଗିତା ଲାଗି ପ୍ରସ୍ତୁତି ଓ ରଣକୌଶଳ କରୁଥିବା ବେଳେ ଜୁଲିଆ ମଧ୍ୟ ପ୍ରତ୍ୟେକ୍ଷ ଭାବେ ଯୋଡ଼ି ହୋଇଛନ୍ତି ଭାରତୀୟ ହକି ସହିତ। କେବଳ ପତିଙ୍କ ଯତ୍ନ ନୁହେଁ ଭାରତୀୟ ଖେଳାଳିଙ୍କ ପାଇଁ ମା’ ଭଳି ସାଜିଛନ୍ତି ଜୁଲିଆ। ସବଠାରୁ ବଡ଼ କଥା ହେଲା ଭାରତକୁ ଆସିବା ପରେ ସେ ଭାରତୀୟ ଖେଳାଳିଙ୍କ ଇଂରାଜୀ ଦକ୍ଷତା ବଢ଼ାଇବା କାର୍ଯ୍ୟରେ ବି ସେ ନିୟୋଜିତ ହୋଇଥିଲେ। ଏଥିପାଇଁ ଜୁଲିଆ ମଧ୍ୟ ଭାରତର ବିଭିନ୍ନ ସହର ବୁଲିଛନ୍ତି। ଭୁବନେଶ୍ବର ପରେ ଏବେ ରାଉରକେଲା ବି ଏହି ତାଲିକାରେ ଯୋଡ଼ି ହୋଇଯାଇଛି।
ଭାରତ ଗତ ଶୁକ୍ରବାର ସ୍ପେନ୍ ବିପକ୍ଷରେ ଖେଳୁଥିବା ବେଳେ ଜୁଲିଆଙ୍କୁ ବିର୍ସା ମୁଣ୍ଡା ଷ୍ଟାଡିୟମ୍ ଷ୍ଟାଣ୍ଡ୍ରେ ଦେଖିବାକୁ ମିଳିଥିଲା। ଭାରତୀୟ ହକି ଦଳର ଜର୍ସି ପରିଧାନ କରିବା ସହ ତ୍ରିରଙ୍ଗା ଧରି ଖେଳାଳିଙ୍କ ମନୋବଳ ବଢ଼ାଉଥିଲେ। ଭାରତକୁ ୪ ବର୍ଷ ହେବ ଆସିଲାଣି, କିନ୍ତୁ ରାଉରକେଲାର ନୂଆ ଷ୍ଟାଡିୟମ୍ ଦେଖି ମୁଁ ଉଲ୍ଲସିତ। ସ୍ପେନ୍ ବିପକ୍ଷ ବିଜୟ ପରେ ଗ୍ରାହାମ୍ ମଧ୍ୟ କେତେ ଆଶ୍ବସ୍ତ ଥିଲେ ସ୍ପଷ୍ଟ କରିଥିଲେ। ପିଠିରୁ ମାଙ୍କଡ଼ ଓହ୍ଲାଇଗଲାଣି କି? ବୋଲି ପ୍ରଶ୍ନ ହେବାରୁ ଗ୍ରାହାମ୍ କହିଥିଲେ ‘ଠିକ୍ କଥା’। ବିଶ୍ବକପ୍ ପ୍ରଥମ ମ୍ୟାଚ୍ ପୂର୍ବରୁ ଗ୍ରାହାମ୍ ନର୍ଭସ ଥିଲେ ବୋଲି ଜୁଲିଆ ମଧ୍ୟ ସ୍ବୀକାର କରିଥିଲେ। ଭାରତୀୟ ଦଳର ଇଂରାଜୀ ଶିକ୍ଷକ ଭାବେ ତୁଲାଇଥିବା ସମୟ କଥା ମନେ ପକାଇବାରୁ ଜୁଲିଆ କହିଥିଲେ ‘ଖେଳାଳିମାନେ ଏହି ଛୋଟିଆ ପ୍ରତିବଂଧକକୁ ଅତିକ୍ରମ କରିସାରିଥିବାରୁ ମୁଁ ବହୁତ ଖୁସି। ଅଧିକାଂଶ ଭାରତୀୟ ଖେଳାଳି ଭଲ ଇଂରାଜୀ ବୁଝନ୍ତି ଓ କହନ୍ତି। ଫଳରେ ଗ୍ରାହାମଙ୍କ କାର୍ଯ୍ୟ ସହଜ ହୋଇପାରିଛି। ଏବେ ମୁଁ ଭାରତର ସମସ୍ତ ବିଶ୍ବକପ୍ ମ୍ୟାଚ୍କୁ ଉପଭୋଗ କରୁଛି ବୋଲି ଜୁଲିଆ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/4sf564h65fh45f6hfh.jpg)