କନିଷ୍ଠ ଏସିଆ କପ୍‌: ଭାରତର ପ୍ରଥମ ପରାଜୟ

କୁଆଲାଲମ୍ପପୁର: କନିଷ୍ଠ ଏସିଆ କପ୍‌ରେ ଭାରତ ପ୍ରଥମ ପରାଜୟ ପାଇଛି। ଗତ ଶୁକ୍ରବାର ମାଲେସିଆକୁ ବୃହତ ବ୍ୟବଧାନ (୨୦୨ ରନ୍‌)ରେ ହରାଇଥିବା ଭାରତ ରବିବାର ନେପାଳଠୁ ୧୯ ରନ୍‌ରେ ହାରି ଯାଇଛି। ଫଳରେ ବାଂଲାଦେଶ, ଭାରତ ଏବଂ ନେପାଳ ସମାନ ୨ ପଏଣ୍ଟ୍‌ ଲେଖାଏଁ ପାଇ ପ୍ରଥମରୁ ତୃତୀୟ ମଧ୍ୟରେ ରହିଛନ୍ତି। ପ୍ରଥମେ ବ୍ୟାଟିଂ କରି ନେପାଳର ୮ ଓ୍ଵିକେଟ୍‌ ହରାଇ ୧୮୫ ରନ୍‌ କରିଥିଲା। ଆଦିତ୍ୟ ଠାକାରେ ଏବଂ ଅଭିଷେକ ଶର୍ମା ୨ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ। ଜବାବରେ ଭାରତ ୪୮.୧ ଓଭରରେ ମାତ୍ର ୧୬୬ ରନ୍‌ କରିଥିଲା। ହିମାଂଶୁ ରାଣା ୪୬ ଏବଂ ମନଜୋତ୍‌ କଲ୍‌ରା ୩୫ ରନ୍‌ କରିଥିଲେ। ନେପାଳ ଅଧିନାୟକ ଦୀପେନ୍ଦ୍ର ସିଂହ ଅଲ୍‌ରାଉଣ୍ଡ ପ୍ରଦର୍ଶନ ଦେଇ ୮୮ ରନ୍‌ କରିବା ସହ ୪ ଓ୍ଵିକେଟ୍‌ ନେଇଥିଲେ।

ସମ୍ବନ୍ଧିତ ଖବର