କନିଷ୍ଠ କ୍ରିକେଟ୍‌ ଲିଗ୍‌ ଫାଇନାଲ୍‌ରେ ରାମେଶ୍ବର

ଭୁବନେଶ୍ବର: ପ୍ରଗତି ‌ସ୍ପୋଟିଂ ଆୟୋଜିତ ଭୁବନେଶ୍ବର କନିଷ୍ଠ (୧୬ ବର୍ଷରୁ କମ୍‌) କ୍ରିକେଟ୍‌ ଲିଗ୍‌ର ଫାଇନାଲ୍‌ରେ ପ୍ରଥମ ଦଳ ଭାବେ ରାମେଶ୍ବର ସ୍ପୋର୍ଟିଂ ପହଞ୍ଚିଯାଇଛି। ସୋମବାର ପ୍ରଥମ ସେମିଫାଇନାଲ୍‌ରେ ରାମେଶ୍ବର ୪ ରନ୍‌ରେ ପାରାମାଉଣ୍ଟ୍‌ ସ୍ପୋର୍ଟିଂକୁ ପରାସ୍ତ କରିଦେଇଛି। ରାମେଶ୍ବର ନିର୍ଧାରିତ ୪୦ ଓଭରରେ ୭ ୱିକେଟ୍‌ ହରାଇ କରିଥିଲା ୧୭୧ ରନ୍‌। ଆଶୁତୋଷ ସାହୁ (୯୦) ଅର୍ଧଶତକ ଜମାଇଥିଲା ବେଳେ ଗୌତମ ଗୋପାଳ ୨୭ ରନ୍‌ର ଅବଦାନ ରଖିଥିଲେ। ପାରାମାଉଣ୍ଟ୍‌ର ସଫଳ ବୋଲର ଭାବେ ଆଶୁତୋଷ ନାୟକ ଓ ସାଇ ଶୁଭମ୍‌ ୩ ଲେଖାଏଁ ୱିକେଟ୍‌ ଦଖଲ କରିଥିଲେ। ଜବାବରେ ପାରାମାଉଣ୍ଟ୍‌ ୯ ୱିକେଟ୍‌ ବିନିମୟରେ ୧୬୭ ରନ୍‌ରେ ଅଟକି ଯାଇଥିଲା। ଆଶୁତୋଷ ନାୟକ ୩୦ ଓ ବିଭୁଦତ୍ତ ଦାଶ ୨୯ ରନ୍‌ କରିଥିଲେ। ବିଜୟୀ ଦଳର ଶୁଭକାନ୍ତ ୩ ଓ ପ୍ରତୀକ ସ୍ବାଇଁ ୨ ୱିକେଟ୍‌ ନେଇଥିଲେ। ଆଶୁ‌ତୋଷ ସାହୁଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ମଙ୍ଗଳବାର ଦ୍ବିତୀୟ ସେମିଫାଇନାଲ୍‌ରେ ସହିଦ ସ୍ପୋର୍ଟିଂ ସହ ଟାଉନ୍‌ କ୍ଲବ୍‌ର ମୁକାବିଲା ହେବ। ରବିବାର ସହିଦ ସ୍ପୋର୍ଟିଂଠାରୁ ୮ ୱିକେଟ୍‌ରେ ଟାଉନ୍‌ କ୍ଲବ୍‌ ହାରିଯାଇଥିଲେ ମଧ୍ୟ ଉଭୟ ଦଳ ସେମିଫାଇନାଲ୍‌ ଖେଳିବାକୁ ଯୋଗ୍ୟତା ହାସଲ କରିଛନ୍ତି।

ସମ୍ବନ୍ଧିତ ଖବର