ବାଂଲାଦେଶଠୁ ହାରି ଭାରତ ବିଦା

କୁଆଲାଲୁମ୍ପୁର: ତିନି ଦିନ ମଧ୍ୟରେ ଦ୍ୱିତୀୟ ପରାଜୟ ବରଣ କରି ପୂର୍ବ ବିଜେତା ଭାରତ ଏଠାରେ ଚାଲିଥିବା କନିଷ୍ଠ ଏସିଆ କପ୍‌ (୧୯ ବର୍ଷରୁ କମ୍‌) କ୍ରିକେଟ୍‌ ପ୍ରତିଯୋଗିତାର ସେମିଫାଇନାଲ୍‌ ପୂର୍ବରୁ ବିଦାୟ ନେଇଛି। ପ୍ରଥମ ମ୍ୟାଚ୍‌ରେ ମାଲେସିଆକୁ ୨୦୨ ରନ୍‌ର ବଡ଼ ବ୍ୟବଧାନରେ ପରାସ୍ତ କରିଥିବା ଭାରତ ରବିବାର ନେପାଳଠୁ ୧୯ ରନ୍‌ରେ ହାରି ଯାଇଥିଲା। ଏହାର ଗୋଟିଏ ଦିନ ପରେ ତଥା ମଙ୍ଗଳବାର ଭାରତ ତା’ାର ଶେଷ ଲିଗ୍‌ ମ୍ୟାଚ୍‌ରେ ବାଂଲାଦେଶଠୁ ୮ ଓ୍ଵିକେଟ୍‌ (ଡିଏଲ୍‌)ରେ ପରାସ୍ତ ହୋଇଛି। ଫଳରେ ୩ ମ୍ୟାଚ୍‌ରୁ ୨ ପଏଣ୍ଟ୍‌ ସହ ତୃତୀୟ ସ୍ଥାନରେ ରହି ଭାରତ ସେମିଫାଇନାଲ୍‌ ଖେଳିବାରୁ ବଞ୍ଚିତ ହୋଇଛି। ଭାରତ ବିଦା ହୋଇଯିବା ପରେ ଏବେ ଗ୍ରୁପ୍‌-ଏରୁ ବାଂଲାଦେଶ ଓ ନେପାଳ ଏବଂ ଗ୍ରୁପ୍‌-ବିର ଶ୍ରେଷ୍ଠ ଦୁଇ ଦଳ ଭାବେ ପାକିସ୍ତାନ ଓ ଆଫ୍‌ଗାନିସ୍ତନା ସହ ସାମିଲ ହୋଇଛନ୍ତି।
କୁଆଲାଲୁମ୍ପୁରର ରୟାଲସିଲାଙ୍ଗର ଷ୍ଟାଡିୟମରେ ଖେଳାଯାଇଥିବା ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ ୩୨ ଓଭର ବିଶିଷ୍ଟ ହୋଇଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି ୮ ଓ୍ଵିକେଟ୍‌ ହରାଇ ୧୮୭ ରନ୍‌ କରିଥିଲା। ସଲମାନ ଖାନ୍‌ ୩୯ ଏବଂ ଅନୁଜ ରାଉତ ୩୪ ରନ୍‌ କରିଥିଲେ। ରାହୁଲ ହକ୍‌ ୩ ଓ୍ଵିକେଟ୍‌ ନେଇଥିଲେ। ଜବାବରେ ବାଂଲାଦେଶ ୨୮ ଓଭରରେ ମାତ୍ର ୨ ଓ୍ଵିକେଟ୍‌ ହରାଇ ୪ ଓଭର ପୂର୍ବରୁ ମ୍ୟାଚ୍‌ ଜିତି ନେଇଥିଲା। ପିନାକ ଘୋଷ ୮୧ ରନ୍‌ କରିଥିଲେ। ଭାରତ ପକ୍ଷରୁ ମନ୍‌ଦୀପ ସିଂହ ଦୁଇଟିଯାକ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ।
କନିଷ୍ଠ ଏସିଆ କପ୍‌

ସମ୍ବନ୍ଧିତ ଖବର