କନିଷ୍ଠ ପୁରୁଷ ହକି ବିଶ୍ବକପ୍‌: ପୂର୍ବରେ ମାନିଲେ, ପଶ୍ଚିମରେ ଫୁ

ଭୁବନେଶ୍ବର:  କରୋନାର ‘ଓମିକ୍ରନ୍’ ଭାରିଏଣ୍ଟ୍‌କୁ ନେଇ ସମଗ୍ର ବିଶ୍ବରେ ଆଲୋଡ଼ନ ସୃଷ୍ଟି ହୋଇଛି। ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା ଏହି ଭାରିଏଣ୍ଟ ପୂର୍ବର ସବୁ ଭାଣିଏଣ୍ଟଠାରୁ ଅଧିକ ବିପଜ୍ଜନକ ବୋଲି ବିଶେଷଜ୍ଞ କହୁଛନ୍ତି। କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା କନିଷ୍ଠ ପୁରୁଷ ହକି ବିଶ୍ବକପ୍‌ରେ କିନ୍ତୁ କରୋନା ନିୟମର ଖୋଲା ଉଲ୍ଲଂଘନ ହେଉଥିବା ଦେଖିବାକୁ ମିଳୁଛି।

ଏହି ବିଷୟରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ରବିବାର ପୂର୍ବ ଷ୍ଟାଣ୍ଡରେ ବସିଥିବା ଶାରୀରିକ ଶିକ୍ଷା ମହାବିଦ୍ୟାଳୟ ସହ ଅନ୍ୟ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ସାମାଜିକ ଦୂରତା ରକ୍ଷା କରି ମ୍ୟାଚ୍ ଦେଖୁଥିବା ଦେଖିବାକୁ ମିଳିଥିଲା। ହେଲେ ପଶ୍ଚିମ ଷ୍ଟାଣ୍ଡରେ ଏହାର କୌଣସି ଚିହ୍ନ ବର୍ଣ୍ଣ ନଥିଲା।

ଭିଜିଟର ପାସ୍ ନେଇ ଷ୍ଟାଡିୟମ୍‌କୁ ମ୍ୟାଚ୍ ଦେଖିବାକୁ ଆସିଥିବା ପିଲାମାନଙ୍କୁ କିଛି ଦର୍ଶକ ବିଦେଶୀ ଦର୍ଶକଙ୍କ ପାଖରେ ବସାଇ ଫଟୋ ନେଉଥିଲେ। ସେହିଭଳି କିଛି ଭିଆଇପି ଦର୍ଶକ ମଧ୍ୟ ପାଖାପାଖି ବସି ମ୍ୟାଚ୍ ଦେଖୁଥିଲେ। ଏପରିକି ସେମାନେ ମାସ୍କ ବି ପିନ୍ଧି ନଥିଲେ। ସୁରକ୍ଷାକର୍ମୀଙ୍କ ନିର୍ଦ୍ଦେଶରେ ଅବଶ୍ୟ କିଛି ଦର୍ଶକ ମାସ୍କ ପିନ୍ଧିଥିଲେ। ହେଲେ କରୋନା ନିୟମ ନମାନି ଏମାନେ କେବଳ ନିଜର ନୁହେଁ ଷ୍ଟାଡିୟମ୍‌ରେ କାର୍ଯ୍ୟରତ କର୍ମଚାରୀ, ଖେଳାଳି, ଅଫିସିଆଲ ଏବଂ ଅନ୍ୟ ଲୋକଙ୍କ ଜୀବନକୁ ମଧ୍ୟ ବିପଦରେ ପକାଇଥିଲେ।

ସମ୍ବନ୍ଧିତ ଖବର