ମା’ କୋଳରେ ଜୁନିଅର ପାଣ୍ଡ୍ୟା

ନୂଆଦିଲ୍ଲୀ: ଭାରତୀୟ ଦଳର ଅଲ୍‌ରାଉଣ୍ଡର ହାର୍ଦିକ୍‌ ପାଣ୍ଡ୍ୟା ଏବଂ ସର୍ବିଆ ଅଭିନେତ୍ରୀ ନତାଶା ଷ୍ଟାଙ୍କୋଭିକ୍‌ ଜୁଲାଇ ୩୦ ତାରିଖରେ ପ୍ରଥମ ସନ୍ତାନର ଗର୍ବିତ ପିତାମାତା ହୋଇଥିଲେ। ସେହି ଜୁନିଅର ପାଣ୍ଡ୍ୟାଙ୍କକୁ ହାତରେ ତୋଳି ଧରିଥିବାର ଆନନ୍ଦ ମୁହୂର୍ତ୍ତର ଏକ ଫଟୋକୁ ନତାଶା ସେୟାର କରିଛନ୍ତି। ଏହି ଫଟୋରେ ଏକାଧିକ ରଙ୍ଗର ସାର୍ଟ ଏବଂ ନୀଳ ରଙ୍ଗର ଜିନ୍‌ ପ୍ୟାଣ୍ଟ୍‌ ପରିଧାନ କରିଥିବା ନୂଆ ମା’ ଖୁବ୍‌ ସୁନ୍ଦର ଦେଖାଯାଉଛନ୍ତି। ‘‘ମୁଁ ଯେତେବେଳେ ପୁଅକୁ ଗେଲରେ ତୋଳି ଧରିଲି, ଜୀବନର ପ୍ରକୃତ ଅର୍ଥ ବୁଝିଗଲି। ମାମାର ପୁଅ, ଆଶୀର୍ବାଦ’’ ବୋଲି ଫଟୋର କ୍ୟାପ୍‌ସନ୍‌ ରଖିଥିଲେ ନତାଶା। ଏହା ପୂର୍ବରୁ ମଧ୍ୟ ନତାଶା ପୁଅର ଏକ ଫଟୋ ସେୟାର କରିଥିଲେ ଏବଂ ଏହା ତାଙ୍କ ଦୁନିଆ ବୋଲି ଅଭିହିତ କରିଥିଲେ।

ସମ୍ବନ୍ଧିତ ଖବର