କନିଷ୍ଠ ପାଣ୍ଡ୍ୟାଙ୍କ ପ୍ରଥମ ବିମାନ ଯାତ୍ରା

ଚେନ୍ନାଇ: ଭାରତୀୟ ଦଳର ଅଲ୍‌ରାଉଣ୍ଡର ହାର୍ଦିକ୍‌ ପାଣ୍ଡ୍ୟାଙ୍କ ପୁତ୍ର ଅଗସ୍ତ୍ୟ ପ୍ରଥମ ଥର ବିମାନ ଯାତ୍ରା କରିଛନ୍ତି। ଗୁରୁବାର ଏହି କନିଷ୍ଠ ପାଣ୍ଡ୍ୟା ପିତା ଓ ମାତା ନତାଶା ଷ୍ଟାଙ୍କୋଭିକ୍‌ଙ୍କ ସହ ଚେନ୍ନାଇକୁ ବିମାନରେ ଯାଇଥିଲେ। ହାର୍ଦିକ୍‌ ସେଠାରେ ଇଂଲଣ୍ଡ ବିପକ୍ଷ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳା ପୂର୍ବରୁ ଭାରତୀୟ ଦଳ ସହ ଯୋଗଦେବାକୁ ପତ୍ନୀ ଓ ପୁତ୍ରକୁ ଧରି ବିମାନ ଯାତ୍ରା କରିଥିଲେ। ଆସନ୍ତା ଶନିବାର ଦିନ ୬ ମାସରେ ପଦାର୍ପଣ କରିବାକୁ ଯାଉଥିବା ଅଗସ୍ତ୍ୟ ବାପାଙ୍କ କୋଳରେ ବିମାନ ଯାତ୍ରାକୁ ଖୁବ୍‌ ଉପଭୋଗ କଲା ଭଳି ଜଣାପଡୁଥିଲା। ଚାର୍ଟର୍ଡ ବିମାନରେ ଯାତ୍ରା ବେଳର ଫଟୋକୁ ପୋଷ୍ଟ କରିଥିବା ହାର୍ଦିକ୍‌ କ୍ୟାପ୍‌ସନ୍‌ ଲେଖିଥିଲେ ‘‘ମୋର ପୁଅର ପ୍ରଥମ ବିମାନ ଯାତ୍ରା’’। ପ୍ରାୟ ୨ ବର୍ଷ ପରେ ଟେଷ୍ଟ୍‌ ଦଳକୁ ଫେରିଥିବା ଏହି ଅଲ୍‌ରାଉଣ୍ଡର ଦଳ ସହ ଅଭ୍ୟାସ ପୂର୍ବରୁ ୬ ଦିନ ଧରି ଚେନ୍ନାଇରେ ସଂଗରୋଧରେ ରହିବେ। ହାର୍ଦିକ୍‌ ଶେଷ ଥର ପାଇଁ ୨୦୧୮ରେ ଇଂଲଣ୍ଡରେ ହିଁ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳା ଖେଳିଥିଲେ।

ସମ୍ବନ୍ଧିତ ଖବର