କନିଷ୍ଠ ଏସୀୟ ରୋଇଂ: ଓଡ଼ିଶା ଖେଳାଳିଙ୍କୁ ୨ କାଂସ୍ୟ

କଟକ: ସିଙ୍ଗାପୁରଠାରେ ଶେଷ ହୋଇଥିବା କନିଷ୍ଠ ଏସୀୟ ରୋଇଂ ପ୍ରତିଯୋଗିତାରେ ଓଡ଼ିଶା ଖେଳାଳିଙ୍କୁ ଦୁଇଟି ସଫଳତା ମିଳିଛି। ଭାରତୀୟ ଦଳର କକ୍ସଲେସ୍‌ ଫୋର୍‌ ଓ ଡବଲ୍‌ ସ୍କଲ୍‌ରେ ଓଡ଼ିଶା ଖେଳାଳିମାନେ ରହି ଦୁଇଟି କାଂସ୍ୟ ପଦକ ଜିତିବାରେ ସକ୍ଷମ ହୋଇଛନ୍ତି। କକ୍ସଲେସ ଫୋର୍‌ରେ ସୋନାଲି ସ୍ୱାଇଁ, ଦୀପିକା ଖେସ୍‌ ଓ ଝରଣା ହସ୍ତି ରହିଥିଲାବେଳେ ଡବଲ୍‌ ସ୍କଲ୍‌ରେ ରେଶ୍‌ମା କୁମାରୀ ମିଞ୍ଜ ଭାରତକୁ ପ୍ରତିନିଧିତ୍ୱ କରିଥିଲେ। ପ୍ରତିଯୋଗିତାରେ ଭାରତରୁ ୮ ବାଳକ ଓ ୬ଜଣ ବାଳିକା ଯୋଗଦେଇଥିଲାବେଳେ ଓଡ଼ିଶାରୁ ଉପରୋକ୍ତ ୪ଜଣ ନୌଚାଳିକା ଭାଗନେଇଥିଲେ। ଏହି ସଫଳତା ପାଇଁ ଓଡ଼ିଶା ରୋଇଂ ଓ ସ୍କଲିଂ ସଂଘର ସଭାପତି ବିନୋଦ ଦାଶ ଓ ସଂପାଦକ ଅମରଜ୍ୟୋତି ସିଂହଦେଓ ପଦକ ବିଜେତା ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର