ଉପକନି‌ଷ୍ଠ ଟାଗ୍‌ ରଗ୍‌ବି: କିସ୍‌ ବିଜେତା

ଭୁବନେଶ୍ବର: କିସ୍‌ର ଉଭୟ ବାଳକ ଓ ବାଳିକା ଦଳ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ନିଖିଳ ଓଡ଼ିଶା ଅନ୍ତଃଜିଲ୍ଲା ଉପକନିଷ୍ଠ ଟାଗ୍‌ ରଗ୍‌ବି ପ୍ରତିଯୋଗିତାରେ ବିଜେତା ହୋଇଛନ୍ତି। ଜଗତସିଂହପୁର ବାଳକ ଓ କନ୍ଧମାଳ ବାଳିକା ଉପବିଜେତା ହୋଇଥିଲେ। ଏହି ଦିନିକିଆ ପ୍ରତିଯୋଗିତାରେ ୧୧ ବାଳକ ଓ ୯ ବାଳିକା ଦଳ ଅଂଶଗ୍ରହଣ କରିଥିଲେ। ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ ଡିଏସ୍‌ୱାଇଏସ୍‌ ଓଏସ୍‌ଡି ସୋନାଲି ଚାନ୍ଦ, ଓଡ଼ିଶା ରଗ୍‌ବି ଫୁଟବଲ୍‌ ସଂଘ ସଭାପତି ପ୍ରିୟଦର୍ଶୀ ମିଶ୍ର, ସମ୍ପାଦକ ୟୁକେ ମହାନ୍ତି, କୋଷାଧ୍ୟକ୍ଷ ଶକ୍ତି ରଂଜନ ମହାନ୍ତି ଓ ବୈଷୟିକ ନିର୍ଦେଶକ ଧୀରେନ କୁମାର ରାଉତ ଉପସ୍ଥିତ ରହି ପୁରସ୍କାର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର