ଭୁବନେଶ୍ୱର: ଚଳିତ ମାସ ୨୬ରୁ ମେ’ ୬ ତାରିଖ ପର୍ଯ୍ୟନ୍ତ ମଧ୍ୟପ୍ରଦେଶର ଭୋପାଳରେ ଆୟୋଜିତ ହେବ କନିଷ୍ଠ ବାଳକ ଓ ବାଳିକା ଜାତୀୟ ହକି ପ୍ରତିଯୋଗିତା (ଡିଭିଜନ୍-ଏ)ର ଅଷ୍ଟମ ସଂସ୍କରଣ। ହକି ଇଣ୍ଡିଆ ପରିଚାଳିତ ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଓଡ଼ିଶାର ଉଭୟ ବାଳକ ଓ ବାଳିକା ଦଳ ମଙ୍ଗଳବାର ଘୋଷିତ ହୋଇଛି। ଉଭୟ ଓଡ଼ିଶା ଓ ଗାଙ୍ଗ୍ପୁର ଦଳ ୨୬ ତାରିଖ ଦିନ ନିଜ ନିଜର ଅଭିଯାନ ଆରମ୍ଭ କରିବେ। ନିଜ ନିଜର ପ୍ରଥମ ମ୍ୟାଚ୍ରେ ଓଡ଼ିଶା ବାଳକ ଦଳ ଆୟୋଜକ ଭୋପାଳକୁ ଏବଂ ବାଳିକା ଦଳ କର୍ଣ୍ଣାଟକକୁ ଭେଟିବ। ସେହିପରି ଗାଙ୍ଗ୍ପୁର ବାଳକ ଦଳ ତାମିଲନାଡୁ ଏବଂ ବାଳିକା ଦଳ ଚଣ୍ଡୀଗଡ଼କୁ ଭେଟି ଅଭିଯାନ ଆରମ୍ଭ କରିବେ।
ଓଡ଼ିଶା ବାଳକ ଦଳ: ସବ୍ୟସାଚୀ ମିଞ୍ଜ୍ ଓ ସାହିଲ ନାୟକ (ଗୋଲ୍ରକ୍ଷକ), ଭୀମ ଏକ୍କା, ପ୍ରକାଶ ଧୀର, ନହାସ ବରଓ୍ଵା, ପ୍ରଦୀପ ଲାକ୍ରା, ଅଜିତ୍ ଏକ୍କା, ତପନ ସୁରିନ୍, ଅଶ୍ୱିନ୍ କୁଜୁର, ସୁଧୀର କୁଜୁର, ଅମିତ କ୍ରିମାକୋ, ସୁନିତ ଲାକ୍ରା, ଦିବେଶ ଜୋଜୋ, କୃଷ୍ଣ ତିର୍କି ସୁମନ ବେକ୍ (ଅଧିନାୟକ), ସୁଶୀଲ ଧନଓ୍ଵାର, ମଙ୍ଗଲ୍ ଲୋହାର, ସଞ୍ଜିତ ବେକ୍। ବାଳିକା ଦଳ: ଅସୀମା ମିଞ୍ଜ୍ ଓ ସୁନେଲୀ ଓରାମ (ଗୋଲ୍ରକ୍ଷକ), ମଞ୍ଜୁ ଲାକ୍ରା, ଅସ୍ମିତା ବାର୍ଲା, ଅଜ୍ମିନା କୁଜୁର (ଅଧିନାୟିକା), ପ୍ରିୟଙ୍କା ଏକ୍କା, ପ୍ରେମିତା ବାରା, ନିମାବତୀ ସିଂହ, ଅସୀମା ବରାଳ, ଏଲିମା ମିଞ୍ଜ୍, ଦୀପ୍ତି ଏକ୍କା, ନେହା ଲାକ୍ରା, ନିତୁ ଲାକ୍ରା, ଭାରତୀ ଏକ୍କା, ଅବିନାଶ ମୁକ୍ତି ସୁରିନ୍, ଏଲିମା ବରଓ୍ଵା, ସୁଜାତା କୁଜୁର, ନମିତା କିଣ୍ଡୋ।
ଗାଙ୍ଗ୍ପୁର ବାଳକ ଦଳ: ବୀରାଜ ଟପ୍ନୋ, ଆକାଶ ଏକ୍କା, ପ୍ରତାପ ଲାକ୍ରା (ଅଧିନାୟକ), ଅମନଦୀପ୍ ଲାକ୍ରା, ଗ୍ରେଗୋରୀ ଖେସ୍, ଅମିତ ଲାକ୍ରା, ଆକାଶ କୁଜୁର, ମନୋଜ ଜୋଜୋ, ମନୋଜ କିଣ୍ଡୋ, ସଞ୍ଜୟ ଖାଲ୍କୋ (ଉପଅଧିନାୟକ), ଆନନ୍ଦ ଏକ୍କା, ଅଭିଷେକ ଲାକ୍ରା, ମନିପ କେର୍କେଟା, ଶିବ୍ରେନ୍ ଲାକ୍ରା, ଅଞ୍ଜଲୁସ୍ ଟପ୍ପୋ, ସୁଦୀପ ଚିର୍ମାକୋ, ଦିଲିପ ସ, ବିଶାଲ ମିଞ୍ଜ୍।
ବାଳିକା ଦଳ: ମାଧୁରୀ କିଣ୍ଡୋ (ଗୋଲ୍ରକ୍ଷକ), ଫିଲିସିଆ ଟପ୍ପୋ, ରାହିଲ୍ ତିର୍କି, ଲକ୍ଷ୍ମୀ ଏକ୍କା (ଅଧିନାୟିକା), ରିଙ୍କି କୁଜୁର, ସୁଶାନ୍ତି ମିଞ୍ଜ୍, ରୋଜିତା କୁଜୁର, ପ୍ରେମାଞ୍ଜଳି ଟପ୍ପୋ, ଜାହ୍ନବୀ ପ୍ରଧାନ, ଜୀବନକିଶୋରୀ ଟପ୍ପୋ (ଉପଅଧିନାୟିକା), ନମ୍ରତା ବାରା, ଜ୍ୟୋତି ଛତର, ଆଞ୍ଜେଲା ଟପ୍ପୋ, ସୁନିତା ଖାଖା, ବିନିତା କୁଜୁର, ସୋନିଆ ଟପ୍ନୋ, ଆତେନ ଟପ୍ନୋ, ସାଇନାଜ୍ ଖାତୁନ।
ପୂର୍ବବର୍ତ୍ତୀ ଖବର
ପରବର୍ତ୍ତୀ ଖବର
ସମ୍ବନ୍ଧିତ ଖବର